ସରିଲା ୫ଟି ରାଜ୍ୟର ବିଧାନସଭା ନିର୍ବାଚନ।ନିର୍ବାଚନ ଶେଷ ହେବା ପରେ ବୁଥ୍ ବାହୁଡ଼ା ମତ ଆସିଛି।ବିଭିନ୍ନ ସର୍ବେ ସଂସ୍ଥା ଦ୍ଵାରା ଏହି ସର୍ବେ କରାଯାଇଛି।ଉତ୍ତର ପ୍ରଦେଶ ରେ ପୁଣି ବିଜେପି ଏବଂ ପଞ୍ଜାବ ରେ ଅରବିନ୍ଦ କେଜିରିୱାଲ୍ ଙ୍କ ଦଳ ଆପ୍ ବିଜୟୀ ହୋଇ ସରକାର ଗଠନ କରିବ।ତେବେ ଉତ୍ତରାଖଣ୍ଡ ,ଗୋଆ ଏବଂ ମଣିପୁରରେ କୌଣସି ନିର୍ଦ୍ଦିଷ୍ଟ ଦଳକୁ ଆବଶ୍ୟକ ଆସନ ମିଳୁ ନଥିବାରୁ ଏହି ସବୁ ରାଜ୍ୟରେ ଚିତ୍ର ଅସ୍ପଷ୍ଟ ରହିଛି। ଏକଜିଟି ପୋଲ ସର୍ବେ ଅନୁଯାୟୀ ଉତ୍ତରପ୍ରଦେଶ ରେ ଯୋଗୀ ଙ୍କ ନେତୃତ୍ଵାଧୀନ ବିଜେପି ସରକାର ଦିତୀୟ ଥର ପାଇଁ କ୍ଷମତାକୁ ଆସିବ।ବିଜେପି କୁ ୨୪୦ରୁ ଅଧିକ ଆସନ ମିଳିବ।ପଞ୍ଜାବ ରେ ଆପ କୁ ୭୦ରୁ ଅଧିକ ଆସନ ମିଳିବ।ମାର୍ଚ୍ଚ ୧୦ରେ ବାସ୍ତବ ଚିତ୍ର ସ୍ପଷ୍ଟ ହେବା।ସେହିଦିନ ଭୋଟ ଗଣତି ହେବ।