ଆର୍ଥିକ ଓ ରାଜନୈତିକ ସଂକଟ ସହ ଖାଦ୍ୟ ସଂକଟ ଶ୍ରୀଲଙ୍କା କୁ ଦେବାଳିଆ କରିଦେଇଛି।ସାଧାରଣ ଜନତା ଆଉ ଖାଇବାକୁ ପାଉନାହାନ୍ତି।ଖାଦ୍ୟ ପଦାର୍ଥ ର ଅଭାବ ଦର ବୃଦ୍ଧି ର କାରଣ ହେଉଛି।ଆଗକୁ ଆହୁରି ଅଧିକ ଖାଦ୍ୟ ସଂକଟ ଦେଖାଯିବ।ଦେଶ ଏହି ସଂକଟ ରୁ ରକ୍ଷା ପାଇବା ର ଲକ୍ଷଣ ଏପର୍ଯ୍ୟନ୍ତ ଦେଖା ଦେଇ ନାହିଁ।ଏଭଳି ସ୍ଥଳେ ସାଧାରଣ ଜନତା ରାଜ ରାସ୍ତାରେ ବିକ୍ଷୋଭ ଜାରି ରଖିଛନ୍ତି। ଛାତ୍ର ଛାତ୍ରୀ,ରାଜନୈତିକ ଦଳ,ସ୍ବେଛାସେବୀ ଆନ୍ଦୋଳନ କୁ ଓହ୍ଲାଇଛନ୍ତି।ଡାକ୍ତରଖାନା ରେ ଔଷଧ ର ଅଭାବ ଦେଖାଦେଇଛି।ସେପଟେ ଶ୍ରୀଲଙ୍କା ସରକାର ର ମନ୍ତ୍ରୀ ମାନେ ଇସ୍ତଫା ଦେଇଛନ୍ତି।ଶ୍ରୀଲଙ୍କା ସରକାର ଲାଗୁ କରିଥିବା ଜରୁରୀକାଳୀନ ପରିସ୍ଥିତି କୁ ଉଠାଇ ନେଇଛନ୍ତି।ଭାରତ ଏହି ବିପଦ ସମୟରେ ଶ୍ରୀଲଙ୍କା କୁ ସାହାଯ୍ୟର ହାତ ବଢ଼ାଇଛି