ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଏବଂ ପୌର ନିର୍ବାଚନ ଶେଷ ହେବା ପରେ ସମବାୟ ନିର୍ବାଚନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି।ଆସନ୍ତା ଜୁନ୍ ୧୯,ଓ ୨୬ତାରିଖରେ ଭୋଟ ହେବ।ରାଜ୍ୟ ସମବାୟ ନିର୍ବାଚନ କମିଶନ ଙ୍କ ସୁପାରିଶ କ୍ରମେ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି।ପ୍ରାଥମିକ ସମବାୟ ସମିତି ର ସଦସ୍ୟ ମାନଙ୍କ ଲାଗି ନିର୍ବାଚନ ହେବ।ରାଜ୍ୟରେ ପ୍ରାଥମିକ ସମବାୟ ସମିତି ର ସଦସ୍ୟ ମାନଙ୍କ କାର୍ଯ୍ୟକାଳ ୨୦୨୦ମସିହା ଠାରୁ ଶେଷ ହୋଇଛି। କରୋନ ପାଇଁ ଦୁଇ ବର୍ଷ ହେବ ହୋଇନଥିଲା ନିର୍ବାଚନ।ଏହି ନିର୍ବାଚନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି