headlineodisha
Friday, May 9, 2025
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headlineodisha
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headline odisha
Home ଅଭିମତ

ବାନ୍ଧିପାରିବ କି ସିବିଆଇ ?

by Headline Odisha
in ଅଭିମତ
0
ବାନ୍ଧିପାରିବ କି ସିବିଆଇ ?
Share
  •  
  •  
  •  
  •  

୭ ବର୍ଷ ପରେ ସିବିଆଇ ର ନିଦ ଭାଙ୍ଗିଲା । ପୁଣି ସିସୋର ଗ୍ରୁପର ଚିଟଫଣ୍ଡ କେଳେଙ୍କାରୀ ନେଇ ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ରଙ୍କ ଘରେ ଚଢ଼ାଉ କଲା ସିବିଆଇ । ଏହି ଚଢ଼ାଉ ଉଦ୍ଦେଶ୍ୟ କଣ ତାହା ଠକେଇର ଶିକାର ହୋଇଥିବା ଚିଟଫଣ୍ଡ ଜମାକାରୀ ଓ ଓଡ଼ିଶାର ପ୍ରତିଟି ନାଗରିକଙ୍କ ପାଇଁ ଏବେ ଏକାଧିକ ପ୍ରଶ୍ନ ତିଆରି କରିଛି । ଓଡ଼ିଶାରେ ଚିଟଫଣ୍ଡ ତଦନ୍ତ ଏତେଦିନ ଧରି କାହିଁକି ଚାଲିଛି ? ଏହି ତଦନ୍ତ ପ୍ରକ୍ରିୟା ମଝିରେ ମଝିରେ ଧିମେଇ ଯିବାର କାରଣ କଣ ? ଦେଶର ସର୍ବୋଚ୍ଚ ତଦନ୍ତକାରି ସଂସ୍ଥା କଣ ପ୍ରମାଣ ଯୋଗାଡ କରି ପାରୁନାହିଁ ? ଜମାକାରୀଙ୍କୁ ନ୍ୟାୟ ଦେବାରେ ସିବିଆଇ ତଦନ୍ତ ସାହାଯ୍ୟ କରିବତ ? ଜମାକାରୀ ନିଜର ଟଙ୍କା ଫେରି ପାଇବେତ ? ଯଦି ନୁହେଁ ତେବେ ସିବିଆଇ ତଦନ୍ତ କାହା ସ୍ୱାର୍ଥରେ ?

ଏଭଳି ଅନେକ ପ୍ରଶ୍ନ ଏବେ ଲୋକଙ୍କ ମନରେ ଉଠିଛି । ସିସୋର ଗ୍ରୁପ ମୁଖ୍ୟଙ୍କୁ ଗିରଫ ପରେ ସିବିଆଇ କଣ ଜାଣିପାରିଲା ନାହିଁ ଏହି ଠକେଇରେ କିଏ କିଏ ସମ୍ପୃକ୍ତ ବୋଲି । ନେତା, ଅଫିସର, ଫିଲ୍ମ ନିର୍ଦେଶକ, ପ୍ରଯୋଜକ ଓ ସାମ୍ବାଦିକ ଏପରି ଅନେକଙ୍କ ନାଁ ରେ ଅଭିଯୋଗ ଓ ପ୍ରମାଣ ମଧ୍ୟ ରହିଛି ସିବିଆଇ ପାଖରେ, ତେବେ ବିଳମ୍ବର କାରଣ ବୁଝାପଡୁନି କାହିଁକି ?

ଯଦି ସିସୋର ଗ୍ରୁପରୁ ଟଙ୍କା ନେବାର ଅଭିଯୋଗରେ ନେତା ମାନେ ଦୋଷୀ, ତେବେ ଏହି ଠକ ସଂସ୍ଥାଠାରୁ ଉପକୃତ ହୋଇଥିବା ଆଇଏସ, ଆଇପିଏସ ଅଫିସର, ସିସୋର ର ପ୍ରଚାର ପ୍ରସାର କରିଥିବା ତଥାକଥିତ ଓଡ଼ିଶାର #1 ଟେଲିଭିଜନ ଓ ଖବର କାଗଜ, ସିସୋର ଗ୍ରୁପ ଠାରୁ ଟଙ୍କା ନେଇ ସିନେମା କରିଥିବା ନିର୍ଦେଶକ, ପ୍ରଯୋଜକ ଓ ସିସୋର ଅର୍ଥରେ ମଜଲିସ କରିଥିବା ସାମ୍ବାଦିକ ମାନେ ଦୋଷୀ କାହିଁକି ନ ହେବେ ? ଏହାର ଉତ୍ତର ସିବିଆଇ ଦେବକି?

ମଝିରେ ମଝିରେ କିଛି ନେତାଙ୍କ ଘରେ ଚଢ଼ାଉ କରିବା ଓ ଅଫିସରଙ୍କୁ ନୋଟିସ ପଠାଇବା ଖବର ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ମାତ୍ର ତାଙ୍କ ବିରୋଧରେ ଠୋସ କାର୍ଯ୍ୟାନୁଷ୍ଠାନ ନେବାରେ ସିବିଆଇ ଅସଫଳ ହେଉଛି କାହିଁକି ? ସର୍ବୋପରି ଯେଉଁ ଗଣମାଧ୍ୟମ ସଂସ୍ଥା ଗୁଡିକ ସିସୋର ଗ୍ରୁପ ଠାରୁ କୋଟି କୋଟି ଟଙ୍କା ବିଜ୍ଞାପନ ନେଇଛନ୍ତି, ସେଇ ସଂସ୍ଥାର ମୁଖ୍ୟଙ୍କ ବାବଦରେ ସିବିଆଇ ନିରବ କାହିଁ କି ?

The prize chits and money circulation schemes (banning) act 1978 ଅନୁଯାୟୀ ଏହି news channel ଓ ଖବର କାଗଜ ସଂସ୍ଥାର ମାଲିକଙ୍କ ବିରୋଧରେ କାହିଁକି ସିବିଆଇ କାର୍ଯ୍ୟାନୁଷ୍ଠାନ ନେଉନି ? ଖାଲି ସେତିକି ନୁହେଁ ସିସୋର ଗ୍ରୁପ ର ହଡପ ଟଙ୍କା ରେ ମଉଜ ମଜଲିସ କରିଥିବା ” ମାଟିର ବନ୍ଧନ ” ଚଳଚ୍ଚିତ୍ର ନିର୍ଦେଶକ ଙ୍କ ବାବଦରେ ସିବିଆଇ ଚୁପ କାହିଁକି ? କୋଟି କୋଟି ଟଙ୍କା ହଡପ କରିଥିବା ଏହି ସଂସ୍ଥା ଯଦି ଗଣମାଧ୍ୟମ ମାଲିକ ଓ ସାମ୍ବାଦିକ ଙ୍କ ପଛରେ ଅର୍ଥ ଖର୍ଚ୍ଚ କରିଥାଏ, ତେବେ ସେମାନେ କଣ ସିବିଆଇ ତଦନ୍ତ ପରିସର ଭୁକ୍ତ ହେବେ ନାହିଁ କି ?

ଏଣୁ ଜନସାଧାରଣ ଙ୍କ ମଧ୍ୟରେ ଏବେ ଉଠୁଥିବା ପ୍ରଶ୍ନର ଜବାବ ସିବିଆଇ ଦେବ ତ ? ଯଦି ତଦନ୍ତ ଠିକ ବାଟରେ ଚାଲୁଛି ଓ ଜମାକାରୀଙ୍କ ସ୍ୱାର୍ଥକୁ ସିବିଆଇ ଗୁରୁତ୍ୱ ଦେଉଛି ତେବେ କେବଳ ନେତା ଓ ଅଫିସରଙ୍କ ଠାରେ ସୀମିତ ନ ରହି କୋଟି କୋଟି ଟଙ୍କାର ଘୋଟାଲାରେ ସାମିଲ ଥିବା ଫିଲ୍ମ ନିର୍ଦେଶକ, ପ୍ରଯୋଜକ ଓ ଗଣମାଧ୍ୟମ ସଂସ୍ଥାକୁ ମଧ୍ୟ ଶୀଘ୍ର ତଦନ୍ତ ପରିସର ଭୁକ୍ତ କରି କାର୍ଯ୍ୟାନୁଷ୍ଠାନ ନେଉ ସିବିଆଇ, ନହେଲେ ଲୋକମାନେ ଭାବିବେ ସିବିଆଇ ତଦନ୍ତ ଏକ ପ୍ରହସନ ଓ କେବଳ ରାଜନୈତିକ ଉଦେଶ୍ୟ ପାଇଁ କରାଯାଇଛି !

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022
ଜୁନ୍ ରେ ସମବାୟ ନିର୍ବାଚନ

ଜୁନ୍ ରେ ସମବାୟ ନିର୍ବାଚନ

April 5, 2022

Recent News

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022

Quick Links

  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

Address

Bhubaneswar

Odisha

India

© 2020

No Result
View All Result
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

© 2020