ମୁଖ୍ୟମନ୍ତ୍ରୀ ପୁରୀ ଗଲେ,ଶ୍ରୀକ୍ଷେତ୍ର ପରିକ୍ରମା ଯୋଜନାର ଶିଳାନ୍ୟାସ କଲେ.ଫେରିବା ବେଳକୁ ତାଙ୍କ କାର୍କେଡ୍ ଉପରକୁ ଅଣ୍ଡା ମାଡ଼ ହେଲା.ଏହା ପୂର୍ବରୁ ବିଜେଡ଼ି ନେତା ଏବଂ ମନ୍ତ୍ରୀ ମାନଙ୍କୁ ଅଣ୍ଡା ମାଡ଼ ହେଉଛି.କିନ୍ତୁ ଶାସକ ବିଜେଡ଼ି ତାର ପ୍ରତିକାର କରିପାରୁ ନାହିଁ.ପୂର୍ବରୁ 2015 ମସିହାରେ ମୁଖ୍ୟମନ୍ତ୍ରୀ ଙ୍କ କାରକେଡ କୁ ଯୁବ କଂଗ୍ରେସ କର୍ମୀ ଅଣ୍ଡା ମାରିଥିବା ବେଳେ ସେମାନଙ୍କୁ ଗିରଫ କରାଯାଇଥିଲା.ତେବେ ଏଠାରେ ପ୍ରଶ୍ନ ଉଠୁଛି କଂଗ୍ରେସ କର୍ମୀ ଙ୍କୁ ସମାନ ଅଭିଯୋଗରେ ଗିରଫ କରାଯାଇଥିବା ବେଳେ ବିଜେପି କର୍ମୀ ଙ୍କୁ କାହ୍ନିକି ଛାଡ଼ି ଦିଆଯାଉଛି.ଅଣ୍ଡା ମାଡ଼ ରେ ଅସ୍ତବ୍ୟସ୍ତ ହୋଇ ଶେଷରେ ବିଜେଡ଼ି ଓଡ଼ିଶା ବିଜେପିର ସର୍ବେସର୍ବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏହି ଘଟଣା ରେ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିଛନ୍ତି.
ବିଜେଡ଼ି ର ସାଙ୍ଗଠନିକ ସାଧାରଣ ସଂପାଦକ ପ୍ରଣବ ପ୍ରକାଶ ଦାସ ଧର୍ମେନ୍ଦ୍ର ଙ୍କୁ ବଡ଼ ଭାଇ ସମ୍ବୋଧିତ କରି ଅଣ୍ଡା ମାଡ଼ ବନ୍ଦ କରିବା ପାଇଁ ଅନୁରୋଧ କରିବା ସହ ଧର୍ମେନ୍ଦ୍ର ଙ୍କ ପାଖରେ ନିଜର ଅଭିମାନ ଜଣାଇଛନ୍ତି