ଓଡ଼ିଶା ରାଜନୀତି ରେ ଅଣ୍ଡା ମାରିବା କଂଗ୍ରେସ ର ପରମ୍ପରା ।ଏବେ ଏହି ପରମ୍ପରା କୁ ଅପଣାଇଛି ବିଜେପି।ପୂର୍ବରୁ ମୁଖ୍ୟମନ୍ତ୍ରୀ ଙ୍କ ଗାଡ଼ି କୁ ଅଣ୍ଡା ମାରିଥିବା କଂଗ୍ରେସ କର୍ମୀ ଙ୍କୁ ପୋଲିସ ଗିରଫ କରିଥିବା ନଜିର ରହିଛି।ହେଲେ ଏବେ ମୁଖ୍ୟମନ୍ତ୍ରୀ ଙ୍କ କାରକେଡ ଏବଂ ମନ୍ତ୍ରୀ ମାନଙ୍କ ଗାଡ଼ି କୁ ଅଣ୍ଡା ମାରୁଥିବା ବିଜେପି କର୍ମୀ ଙ୍କୁ ପୋଲିସ ଗିରଫ କରୁନାହିଁ।ଏହାର କାରଣ କଣ ହେଇପାରେ।କଂଗ୍ରେସ୍ ପୂର୍ବରୁ ଅଣ୍ଡା ମାଡ଼ କରି ଲୋକଙ୍କ ଆସ୍ଥା ହରାଇ ବସିଥିଲା।ଏପରିକି ସାଧାରଣ ଲୋକ ଏବଂ ଭୋଟର କଂଗ୍ରେସ କୁ ପ୍ରତ୍ୟାଖାନ କରିଛନ୍ତି।ବିଜେପି କଂଗ୍ରେସ ଭଳି ଅଣ୍ଡା ମାଡ଼ କରି ନିଜର ଲୋକ ପ୍ରୀୟତା ହରାଇ ବସୁଥିବା ସାଧାରଣ ରେ ଚର୍ଚ୍ଚା ହେଉଛି,ଏପରିକି ମୁଖ୍ୟମନ୍ତ୍ରୀ ଶ୍ରୀକ୍ଷେତ୍ର ପରିକ୍ରମା ଯୋଜନାର ଶିଳାନ୍ୟାସ କରି ଫେରୁଥିବା ବେଳେ ବିଜେପି କର୍ମୀ ତାଙ୍କ କାରକେଡ କୁ ଅଣ୍ଡା ମାଡ଼ କରିଥିଲେ।ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ୍ କାର୍ଡ ବାଣ୍ଟିବାକୁ ଯାଉଥିବା ମନ୍ତ୍ରୀ ଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ କରୁଛନ୍ତି ବିଜେପି କର୍ମୀ।ଗୋଟିଏ ପଟେ ବିଜେଡ଼ି ବିକାଶ କୁ ଗୁରୁତ୍ବ ଦେଇ ଲୋକଙ୍କ ପାଇଁ କାମ କରୁଛି।ଅନ୍ୟପଟେ ବିକାଶ କାମ କୁ ବିରୋଧ କରୁଚି ବିଜେପି।କଂଗ୍ରେସ୍ ଭଳି ବିଜେପି କୁ ଆଗାମୀ ଦିନରେ ଲୋକେ ପ୍ରତ୍ୟାଖାନ କରିବେନି ତ?