ଓଡ଼ିଶା ବିଜେପି ରେ ବିହାର ଝିଅ ଏଣ୍ଟ୍ରି ମାରିବା ପରେ ଏବେ ପାଳି ହିମାଚଳ ଝିଅ ଙ୍କର।ସେ ଆଉ କେହି ନୁହନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ପତ୍ନୀ ମୃଦୂଳା ଠାକୁର ପ୍ରଧାନ।ତାଳଚେର ରେ ଉଜ୍ଜଳା ଗ୍ୟାସ୍ ବଣ୍ଟନ କରି ଚର୍ଚ୍ଚା କୁ ଆସିଛନ୍ତି ମୃଦୁଳା ।ହଠାତ୍ କେନ୍ଦ୍ର ମନ୍ତ୍ରୀ ଙ୍କ ପତ୍ନୀ ଗ୍ୟାସ୍ ବଣ୍ଟନ କରିବାକୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା ଜୋର ଧରିଛି।ଚର୍ଚ୍ଚା ହେଉଛି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୀର୍ଘ ଦିନ ହେବ ପ୍ରତ୍ୟକ୍ଷ ନିର୍ବାଚନ ରେ ଭାଗ ନେଇ ନାହାନ୍ତି।ଚଳିତ ୨୦୨୪ ନିର୍ବାଚନରେ ସେ କିମ୍ବା ତାଙ୍କ ପତ୍ନୀ ନିର୍ବାଚନ ଲଢ଼ିବା ନେଇ ଦଳୀୟ ମହଲରେ ଚର୍ଚ୍ଚା ହେଉଛି।ତାଳଚେର ନିର୍ବାଚନ ମଣ୍ଡଳୀ ରୁ ପ୍ରାର୍ଥୀ ଥିବା କାଳନ୍ଦୀ ସାମଲ ବାରମ୍ବାର ହାରୁଥିବା କାରଣରୁ ମୃଦୁଲା ଏଠାରୁ ପ୍ରାର୍ଥୀ ହୋଇପାରନ୍ତି। ସେଥି ପାଇଁ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ତାଳଚେର ବାସୀ ମତ ରଖିଛନ୍ତି।
ଅନ୍ୟ ଏକ କାରଣ ହେଉଛି ସାଂସଦ ଅପରାଜିତା ଷଡ଼ଙ୍ଗୀ ବିଭିନ୍ନ ଜିଲ୍ଲା ବୁଲି ନିଜର ସ୍ଥିତି ଜାହିର କରୁଛନ୍ତି।ମହିଳା ଭାବେ ନିଜର ଲୋକପ୍ରିୟତା ଏବଂ ସଂଗଠନ ବୃଦ୍ଧି କରୁଛନ୍ତି।କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାରମ୍ବାର ଓଡ଼ିଶାରେ ବିଜେପି କୁ କ୍ଷମତାକୁ ଆଣିବାକୁ ବିଫଳ ହେଉଛନ୍ତି।ତେଣୁ ସେ ଏବେ ନିଜ ପତ୍ନୀ ଙ୍କୁ ମଇଦାନ କୁ ଛାଡ଼ି ଅଙ୍କ କସୁଚନ୍ତି।ଧର୍ମେନ୍ଦ୍ର ନିଜେ ଲୋକସଭା ନିର୍ବାଚନ ଲଢ଼ି ପତ୍ନୀ ଙ୍କୁ ବିଧାନ ସଭା ନିର୍ବାଚନ ରେ ଲଢେଇ ପାରନ୍ତି ବୋଲି ଦଳୀୟ ମହଲରେ ବି ଚର୍ଚ୍ଚା ହେଉଛି