ଆଗକୁ ପଞ୍ଚାୟତ ଏବଂ ପୌର ନିର୍ବାଚନ।ହେଲେ ଏହା ପୂର୍ବରୁ ଟାଣୁଆ କଂଗ୍ରେସ ନେତାମାନେ ଦଳ ଛାଡୁଛନ୍ତି। କଂଗ୍ରେସ ରେ ଆଉ ଭବିଷ୍ୟତ ନଥିବା ବିଚାର କରି ଜଣେ ପରେ ଜଣେ ନେତା ଦଳ ଛାଡୁଛନ୍ତି।ସବୁ ନେତା କଂଗ୍ରେସ ଦଳରେ ସେମାନେ ଅସନ୍ତୁଷ୍ଟ ଥିବା କହିଛନ୍ତି। ପ୍ରଥମେ ପୂର୍ବତନ କଂଗ୍ରେସ ବିଧାୟକ ଚନ୍ଦ୍ରଶେଖର ମାଝି ଦଳ ଛାଡ଼ି ବିଜେଡ଼ି ରେ ଯୋଗ ଦେଲେ।ଏହା ପରେ ପୂର୍ବତନ ବିଧାୟକ କୈଳାଶ କୁଲେଶିକା ଏବଂ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ କଂଗ୍ରେସ ଛାଡିଲେ।ଏହି ଦୁଇ ନେତା ବିଜେଡ଼ି ରେ ଯୋଗ ଦେଲେ।ଆଉ ଏବେ ପୂର୍ବତନ କଂଗ୍ରେସ ବିଧାୟକ ଡ଼ା ପ୍ରଫୁଲ୍ଲ ମାଝୀ କଂଗ୍ରେସ ଛାଡିଛନ୍ତି।ସେ ଖୁବ ଶୀଘ୍ର ବିଜେଡ଼ି ରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି।ପଞ୍ଚାୟତ ନିର୍ବାଚନ ପୂର୍ବରୁ କଂଗ୍ରେସ ଶିବିରରୁ ନେତା ଖାଲି ହେଉଛନ୍ତି।ଅନ୍ୟପଟେ ବିଜେଡ଼ି ଶକ୍ତିଶାଳୀ ହେଉଛି ।ସେ ଦକ୍ଷିଣ ଓଡ଼ିଶା ହେଇ କି ପଶ୍ଚିମ ଓଡ଼ିଶା ବିଜେଡ଼ି ସଂଗଠନ ସୁଦୃଢ ହେଉଛି।ବାରମ୍ବାର ନିର୍ବାଚନ ରେ ପରାଜିତ ହୋଇ ମଧ୍ୟ କଂଗ୍ରେସ ଚୁପ୍ ବସିଛି। ରାଜ୍ୟ କଂଗ୍ରେସ ନେତା ଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ନେତା ସବୁ ହାତ ଖୋଲି ଦେଇଛନ୍ତି।