ରାଜ୍ୟରେ ୧୧ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନା ଖୋଲିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ରାଜ୍ୟରେ ସମ୍ବଲପୁର, ବ୍ରହ୍ମପୁର,ରାଉରକେଲା ସାଇବର ଥାନା ମିଶି ୧୪ହେଲା।ଏଥିପାଇଁ ୧୫୪ଜଣ ପୋଲିସ କର୍ମଚାରୀ ଏବଂ ୯୦ଜଣ ବିଶେଷଜ୍ଞ ନିଯୁକ୍ତ ହେବେ।ସାରା ଦେଶ ରେ ଏବେ ସାଇବର ଅପରାଧ ଅଧିକ ଘଟୁଛି।ଆମ ରାଜ୍ୟ ଓଡ଼ିଶା ରେ ମଧ୍ୟ ସାଇବର ଠକେଇ ରେ ଅନେକ ଲୋକ ଶିକାର ହେଉଛନ୍ତି।ଏହି ଅପରାଧ କୁ ରୋକିବା ପାଇଁ ସାଇବର ଥାନା କାମ କରିବ।ଏଥିପାଇଁ କର୍ମଚାରୀ ଙ୍କୁ ସ୍ଵତନ୍ତ୍ର ତାଲିମ ଦିଆଯିବ। ନିଯୁକ୍ତି ପାଇବାକୁ ଥିବା ୧୫୪ଜଣ ପୋଲିସ କର୍ମଚାରୀ ଙ୍କ ମଧ୍ୟରୁ ୧୪ଜଣ ଇନ୍ସପେକ୍ଟର ,୨୮ଜଣ ସବ୍ ଇନ୍ସପେକ୍ଟର ନିଯୁକ୍ତ ହେବେ।ଏମାନଙ୍କ ସହ ଫାଇନାନ୍ସ ଏବଂ ଆଇଟି ଏକ୍ସପୋର୍ଟ ରହିବେ।ରାଜ୍ୟରେ ସାଇବର ଅପରାଧ ର ଶୀଘ୍ର ତଦନ୍ତ ଏବଂ ଏହାର ନିରାକରଣ ପାଇଁ ଏହି ଥାନା ବେଶ୍ ସହାୟକ ହେବ