ଓଡ଼ିଶା ପାଇଁ ଆଶ୍ୱସ୍ତି ଖବର।ସୁସ୍ଥ ହୋଇଛନ୍ତି ରାଜ୍ୟର ପ୍ରଥମ ଓମିକ୍ରନ ଆକ୍ରାନ୍ତ।ସେ କଟକ ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।ସୁସ୍ଥ ହେବା ପରେ ସେ ନିଜ ଘରକୁ ଯାଇଛନ୍ତି।୭ଦିନ ହୋମ ଆଇ ଆଇ ସୋଲେଶନ ରେ ରହିବାକୁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଛନ୍ତି।ତାଙ୍କ ଘର ଜଗତସିଂହପୁର ଜିଲ୍ଲାର।୧୪ଦିନ ଧରି ସେ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିଲେ।କିଛି ଦିନ ପୂର୍ବେ ଓଡ଼ିଶାର ଦୁଇ ଜଣ ଓମିକ୍ରାନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।ଜଣେ କାତାର ରୁ ଫେରି ଥିବା ବେଳେ ଅନ୍ୟ ଜଣେ ନାଇଜେରିଆ ରୁ ଫେରି ଓଡ଼ିଶା ଆସିଥିଲେ।କେହି ଗୁରୁତର ହୋଇନାହାନ୍ତି।ସମସ୍ତେ ସୁସ୍ଥ ଅଛନ୍ତି।ରାଜ୍ୟ ରେ ମୋଟ ୮ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏହି ୮ଜଣ ଙ୍କ ମଧ୍ୟରୁ ଜଣେ ମାତ୍ର ସୁସ୍ଥ ହୋଇଛନ୍ତି।