ଏୟାର ଇଣ୍ଡିଆ ଆଜି ବିଧିବଦ୍ଧ ଭାବେ ଟାଟା ଗ୍ରୁପ୍ ହାତକୁ ଯାଇଛି।ଏହି ଘରୋଇ କରଣ ଫଳରେ ଏୟାର ଇଣ୍ଡିଆ ପୁନର୍ବାର ଏହାର ପୁରୁଣା ମାଲିକ ଟାଟା ଗ୍ରୁପ୍ ନିକଟକୁ ଯାଇଛି। ଟାଟା ଗ୍ରୁପ୍ ର ପୂର୍ବତନ ଅଧକ୍ଷ ଜେ ଆର ଡି ଟାଟା ଙ୍କ ଦ୍ଵାରା ୧୯୩୨ମସିହାରେ ଏହି ଏୟାର ଲାଇନ ଆରମ୍ଭ କରାଯାଇଥିଲା।ଏକ ପ୍ରତିଯୋଗିତା ମୂଳକ ନିଲାମ ମାଧ୍ୟମରେ ସରକାର ଏହାକୁ ଟାଟା କମ୍ପାନୀ କୁ ବିକ୍ରି କରିଛନ୍ତି।ତେବେ ଏୟାର ଇଣ୍ଡିଆ ର ବିମାନ ଗୁଡ଼ିକ ଟାଟା ବ୍ୟାନର ରେ କେବେ ଠାରୁ ଚାଲିବ ତାହା ସ୍ପଷ୍ଟ ହୋଇନାହିଁ।ଭାରତୀୟ ଷ୍ଟେଟ୍ ବ୍ୟାଙ୍କ,ବ୍ୟାଙ୍କ୍ ଅଫ୍ ବରୋଦା, କିଛି ବ୍ୟାଙ୍କ୍ ଏୟାର ଇଣ୍ଡିଆ ପାଇଁ ଟାଟା ଗ୍ରୁପ୍ କୁ ଋଣ ଦେବାକୁ ପ୍ରସ୍ତୁତ ଅଛନ୍ତି।କ୍ଷତିରେ ଚାଲୁଥିବା ଏୟାର ଇଣ୍ଡିଆ ର ଉତ୍ତମ ପରିଚାଳନା ପାଇଁ ବ୍ୟାଙ୍କ୍ ଗୁଡ଼ିକ ଋଣ ପ୍ରଦାନ ପାଇଁ ସହମତି ହୋଇଛନ୍ତି।ଠିକ୍ ସମୟରେ ବିମାନ ଉଡାଣ ଉପରେ ଟାଟା ଗ୍ରୁପ୍ ଅଧିକ ଗୁରୁତ୍ବ ଦେବ ବୋଲି କୁହାଯାଇଛି