ପଞ୍ଚାୟତ ନିର୍ବାଚନ ପରେ ହେବ ପୌର ନିର୍ବାଚନ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।ରାଜ୍ୟ ନିର୍ବାଚନ କମିଶନ ପୌର ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି।ପୌର ପରିଷଦ ଏବଂ ପୌର ନିଗମ ନିର୍ବାଚନ କୁ ଅବାଧ ଓ ନିରପେକ୍ଷ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନର ଏହି ବୈଠକ ଡାକିଛନ୍ତି।ପୌର ନିର୍ବାଚନ ପାଇଁ ବାଟ ଫିଟିଛି।ଭୁବନେଶ୍ୱର ସ୍ଥିତ ଗୀତ ଗୋବିନ୍ଦ ସଦନ ସଭା କକ୍ଷରେ ଏହି ବୈଠକ ହେବ। ଫେବୃଆରୀ ୧୦ତାରିଖ ଦିନ ୧୧ଟା ୩୦ସମୟରେ ବୈଠକ ବସିବାକୁ ନିଷ୍ପତି ହୋଇଛି।ସମସ୍ତ ରାଜନୈତିକ ଦଳର ସଭାପତି ଏବଂ ସାଧାରଣ ସଂପାଦକ ଙ୍କୁ ଚିଠି ଲେଖିଛନ୍ତି ନିର୍ବାଚନ କମିଶନ ଙ୍କ ସଚିବ।ସବୁ ରାଜନୈତିକ ଦଳର ପ୍ରତିନିଧି ବୈଠକ ରେ ଯୋଗ ଦେବେ। କୋଭିଡ ସମୟରେ ବୈଠକ ହେଉଥିବାରୁ ଜଣେ ଲେଖାଏଁ ପ୍ରତିନିଧି ଯୋଗ ଦେବେ।ପୂର୍ବରୁ ପୌର ପରିଷଦ ଏବଂ ନିଗମ ର ନିର୍ବାଚନ ପାଇଁ ଚୂଡାନ୍ତ ସଂରକ୍ଷଣ ଚିଠା ବିଜ୍ଞପ୍ତି ପ୍ରକାଶ କରିସାରିଛନ୍ତି ନିର୍ବାଚନ କମିଶନ




