ୟୁକ୍ରେନ ଭିତରକୁ ମାଡ଼ି ଚାଲିଛନ୍ତି ରୁଷ ସୈନ୍ୟ ।ଋଷ୍ ସେନା ଙ୍କ ଆକ୍ରମଣ ରେ ୟୁକ୍ରେନ ର ଜଣେ ସୈନ୍ୟ ଙ୍କ ମୃତ୍ୟୁ ହୋଇଛି।୬ଜନ୍ ସୈନ୍ୟ ଆହତ ହୋଇଛନ୍ତି।ୟୁକ୍ରେନ ର ଡୋନବାସ ଅଞ୍ଚଳ ରେ ରୁଷ ସେନା ପକ୍ଷରୁ କ୍ଷେପଣାସ୍ତ୍ର ମାଡ କରାଯାଇଛି।ୟୁକ୍ରେନ ରେ ଥିବା ରୁଷ ର ବାଣିଜ୍ୟ ଦୂତାବାସ ର କାଗଜପତ୍ର କୁ ଦୂତାବାସ କର୍ମଚାରୀ ଜାଳି ଦେଇ ଛନ୍ତି।ଏହାପରେ ୟୁକ୍ରେନ ରେ ନିଜ ଦୂତାବାସ କର୍ମଚାରୀ ଙ୍କୁ ରୁଷ ଫେରାଇବା ଆରମ୍ଭ କରିଛି।ଏଭଳି ସ୍ଥିତି ରେ ରୁଷ ବିରୋଧରେ କଣ ପଦକ୍ଷେପ ଆମେରିକା ନେବ ତାହା ସ୍ଥିର ହୋଇପାରି ନାହିଁ।୨୦୧୪ ରେ ଏହିପରି ରୁଷ ହଠାତ୍ ୟୁକ୍ରେନ ର କ୍ରୀମିଆ ଅଞ୍ଚଳ ଦଖଲକୁ ନେଇଥିଲା।ସେତେବେଳେ ମଧ୍ୟ ଆମେରିକା ଓ ଏହାର ମିତ୍ର ରାଷ୍ଟ୍ର ରୁଷ ର କିଛି କରିପାରି ନଥିଲା।ନିଜ ଦେଶର ସୁରକ୍ଷା ସହ କୌଣସି ସାଲିସ କରିବେ ନାହିଁ ବୋଲି ରୁଷ ର ରାଷ୍ଟ୍ରପତି ଭ୍ଲାଦିମର ପୁଟିନ କହିଛନ୍ତି।ପୁଟିନ ଙ୍କ ପ୍ରୟାସ କୁ ସିରିୟା ସମର୍ଥନ କରିଛି।୫ଟି ଋଷୀୟ ବ୍ୟାଙ୍କ୍ ବିରୋଧରେ ବ୍ରିଟେନ କଟକଣା ଲଗାଯାଇଛି