ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ସବୁ ସୀମା ଟପି ଯାଇଛନ୍ତି।ନିଜେ ଗାଡ଼ି ଚାଲାଇ ଲୋକଙ୍କ ଉପରକୁ ଗାଡ଼ି ମଡାଇ ଦେଇଛନ୍ତି।୨୦ଜଣ ଆହତ ହୋଇଛନ୍ତି।ପୋଲିସ ସାଧାରଣ କର୍ମୀ ବାଦ ପଡି ନାହାନ୍ତି।ପ୍ରସାନ୍ତ ଜଗଦେବ ବିଜେଡ଼ି ରେ ନଥିବା ଦଳ କହିଛି।ପ୍ରଶାନ୍ତ ଙ୍କ ଏଭଳି କାର୍ଯ୍ୟ କୁ ଦଳ ଦୃଢ଼ ଭାବେ ନିନ୍ଦା କରିଛି। ପ୍ରଶାନ୍ତ ଜଗଦ୍ଦେବ ପୂର୍ବରୁ ଏଭଳି ଗୁଣ୍ଡା ଗର୍ଦି କରି ବିଜେଡ଼ି ରୁ ନିଲମ୍ବିତ ହୋଇଥିଲେ।ତଥାପି ସୁଧୁରିଲେ ନାହିଁ ପ୍ରଶାନ୍ତ।ପ୍ରଶାନ୍ତ ଙ୍କ ଏଭଳି କାର୍ଯ୍ୟ କୁ ସବୁ ଆଡୁ ନିନ୍ଦା କରାଯାଇଛି।ବର୍ତ୍ତମାନ ଚିଲିକା ବିଧାୟକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି।ସାଧାରଣ ଲୋକ ତାଙ୍କୁ ଆକ୍ରମଣ କରି ତାଙ୍କ ମୁଣ୍ଡ କୁ ଫଟାଇଦେଇଛନ୍ତି ।ପୋଲିସ ହେପାଜତରେ ବିଧାୟକ ରହିଛନ୍ତି।ସେ ସୁସ୍ଥ ହେବା ପରେ ତାଙ୍କୁ ଜେଲ କୁ ପଠାଯିବ ।