ଜାନୁଆରୀ ୧୦ତାରିଖରେ ରାଜ୍ୟ ନିର୍ବାଚନ କମିଶନ ଡାକିଛନ୍ତି ସର୍ବାଦଳୀୟ ବୈଠକ।ରାଜ୍ୟର ତ୍ରିସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡିକରେ ହେବାକୁ ଥିବା ସାଧାରଣ ନିର୍ବାଚନ ୨୦୨୨ନିମନ୍ତେ ରାଜ୍ୟ ନିର୍ବାଚନ କମିଶନ ଆସନ୍ତା ୧୦ତାରିଖ ରେ ସର୍ବାଦଳୀୟ ବୈଠକ ଡାକିଛନ୍ତି।ରାଜ୍ୟରେ ଜିଲ୍ଲାପରିଷଦ ଗୁଡ଼ିକର କାର୍ଯ୍ୟକାଳ ୨୦୨୨ମାର୍ଚ୍ଚ ମାସ ଦ୍ଵିତୀୟ ସପ୍ତାହ ରେ ଶେଷ ହେବ।ନିୟମାନୁସାରେ ୫ବର୍ଷ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ନିର୍ବାଚନ ହେବା ଆବଶ୍ୟକ। ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ରାଜନୈତିକ ଦଳ ମାନଙ୍କ ସହ ବିଚାରବିମର୍ଶ କରିବା ନିମନ୍ତେ ରାଜ୍ୟ ନିର୍ବାଚନ କମିଶନ ଜାନୁଆରୀ ୧୦ ତାରିଖ ଦିନ ୧୧ଟା ୩୦ସମୟରେ ବୈଠକ ଡାକିଛନ୍ତି।ଭୁବନେଶ୍ୱର ଗୀତ ଗୋବିନ୍ଦ ସଦନ୍ ସଭା ଗୃହରେ ବୈଠକ ହେବ। କୋଭିଡ କଟକଣାକୁ ଦୃଷ୍ଟି ରେ ରଖି ସମସ୍ତ ରାଜନୀତିକ ଦଳର ଜଣେ ଲେଖାଏଁ ସଦସ୍ୟ ବୈଠକ ରେ ଯୋଗ ଦେବେ।ଏନେଇ ନିର୍ବାଚନ ଆୟୋଗ ଙ୍କ ପକ୍ଷରୁ ଚିଠି କରାଯାଇଛି।ସର୍ବାଦଳୀୟ ବୈଠକ ପରେ ନିର୍ବାଚନ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି