କିଏ ହେବ ଭୁବନେଶ୍ୱର ମହାନଗର ନିଗମର ମେୟର ତାକୁ ନେଇ କଳ୍ପାଜଳ୍ପନା ଲାଗିରହିଥିଲା। ଶେଷରେ ସବୁ ଆଶାୟୀ ଙ୍କ ମନ ଭାଙ୍ଗି ଯାଇଛି।ଏଥର ଭୁବନେଶ୍ୱର ମହାନଗର ନିଗମ ର ମେୟର ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି।ଏନେଇ ଚିଠା ବିଜ୍ଞପ୍ତି ଜାରି କରିଛନ୍ତି ରାଜ୍ୟ ସରକାର।ପ୍ରଥମ ଥର ମେୟର ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବାରୁ ଅନେକ ସ୍ବାଗତ କରିଛନ୍ତି।ଅନ୍ୟ ପଟେ ଅନେକ ମେୟର ଆଶାୟୀ ଙ୍କ ନିଦ ହଜିଯାଇଛି।ଏଥର ମେୟର ଆସନ ପାଇଁ ସିଧାସଳଖ ନିର୍ବାଚନ ହେବ।ଲୋକେ ଭୋଟ ଦେଇ ବା ମେୟରଙ୍କୁ।ଏବେ କେଉଁ ଦଳ କାହାକୁ ମେୟର ପ୍ରାର୍ଥୀ କରିବ।ତାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି।ବିଜେଡ଼ି ର ଅନେକ ଆଶାୟୀ ଥିବା ବେଳେ ବିଜେପି ର ମଧ୍ୟ ଅନେକ ଆଶାୟୀ ଅଛନ୍ତି।ମୁଖ୍ୟତଃ ବିଜେପି ବିଜେଡ଼ି ମଧ୍ୟରେ ପ୍ରତିଦ୍ବନ୍ଦିତା ହେବ।