ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି।ପୌର ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ।ମାର୍ଚ୍ଚ ୨୪ରେ ହେବ ପୌର ଭୋଟ।ଆଜିଠାରୁ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି।ରାଜ୍ୟରେ ୧୦୬ଟି ପୌର ପରିଷଦ ଏବଂ ୩ଟି ମହାନଗର ନିଗମ ରେ ନିର୍ବାଚନ ହେଉଛି। ଫେବୃଆରୀ ୨୮ରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି।ମାର୍ଚ୍ଚ ୨୬ରେ ଭୋଟ ଗଣତି କରାଯିବା ସହ ଫଳାଫଳ ଘୋଷଣା କରାଯିବ।ମାର୍ଚ୍ଚ ୨ରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ୭ତାରିଖ ରେ ଶେଷ ହେବ।ମାର୍ଚ୍ଚ ୯ରେ ନାମାଙ୍କନ ପତ୍ର ଯାଞ୍ଚ୍ ହେବ।ମାର୍ଚ୍ଚ ୧୪ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ର ଶେଷ ତାରିଖ ରହିବ।୧୦୬ଟି ପୌର ପରିଷଦର ୨୭ଲକ୍ଷରୁ ଅଧିକ ଭୋଟର୍ ନିଜର ମତଦାନ କରିବେ।୩ଟି ମହାନଗର ନିଗମର ୧୪ଲକ୍ଷରୁ ଅଧିକ ଭୋଟର୍ ଭାଗ ନେବେ।ପ୍ରଥମ ଥର ପାଇଁ ମେୟର ପଦ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେଉଛି।ଦୁଇଟି ଇଭିଏମ୍ ବ୍ୟବହାର ହେବ।