ଦେଶରେ ଓମିକ୍ରନ୍ ଆକ୍ରାନ୍ତ ଙ୍କ ସଂଖ୍ୟା ବଢ଼ିଚାଲିଛି।ଯେଉଁଥିପାଇଁ ଦିଲ୍ଲୀ ସରକାର ସ୍କୁଲ୍ କଲେଜ ବନ୍ଦ କରିବା ପାଇଁ ନିଷ୍ପତି ନେଇଛନ୍ତି।ହେଲେ ଓଡ଼ିଶା ସରକାର ପ୍ରଥମ ରୁ ପଞ୍ଚମ ଶ୍ରେଣୀ ସ୍କୁଲ୍ ଖୋଲିବା ନେଇ ନିଷ୍ପତି ନେଲେ।ଏହି ନିଷ୍ପତି କୁ ସବୁ ଆଡୁ ବିରୋଧ କରାଗଲା।ଫଳରେ ରାଜ୍ୟ ସରକାର ନେଇଥିବା ନିଷ୍ପିକୁ କୁ ବଦଳାଇଛନ୍ତି ।ଓଡ଼ିଶାରେ corona ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଇଛି।ଏଥିପାଇଁ ଗଣ ଶିକ୍ଷା ବିଭାଗ ନିଷ୍ପତି କୁ ସ୍ତଗିତ ରଖିଛି।ପରିସ୍ଥିତି କୁ ଦେଖି ଗଣ ଶିକ୍ଷା ବିଭାଗ ପରବର୍ତ୍ତୀ ନିଷ୍ପତି ନେବ। ରାଜ୍ୟରେ ପାଖାପାଖି ୨୩ହାଜର ବିଦ୍ୟାଳୟ ଜାନୁଆରୀ ୩ରୁ ଖୋଲିବା ନେଇ ନିଷ୍ପତି ହୋଇଥିଲା।ଏପଟେ ରାଜ୍ୟରେ ପୁଣି ୨୩ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ମୋଟ ୩୭ଜଣ ରାଜ୍ୟରେ ଚିହ୍ନଟ ହୋଇଛନ୍ତି