କୋଭିଡ୍ ପରିସ୍ଥିତି ବର୍ତ୍ତମାନ ସମ୍ପୂର୍ଣ ନିୟନ୍ତ୍ରଣ ରେ ରହିଛି।ତେଣୁ ଭୟଭୀତ ନହେବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ତେବେ କୋଭିଡ ର ସମସ୍ତ ନିୟମ ପାଳନ କରିବାକୁ ନିବେଦନ କରିଛନ୍ତି।କୋଭୀଡ ସ୍ଥିତି କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ପଦକ୍ଷେପ ନେଇଛନ୍ତି।ଜନସାଧାରଣ ଙ୍କ ସହଯୋଗ ମିଳିଲେ ଜୀବନ ଜୀବିକା କୁ ପ୍ରଭାବିତ ନ କରି ଆମେ ପରିସ୍ଥିତି ର ମୁକାବିଲା କରିପାରିବା ବୋଲି ମୁଖ୍ୟମନ୍ତ୍ରୀ ଜୋର୍ ଦେଇଛନ୍ତି।ତୃତୀୟ ଲହର ପରିଚାଳନା ଠିକ୍ ରହିଛି।ଗତ କିଛି ଦିନ ମଧ୍ୟରେ ଦୈନିକ କୋଭିଡ୍ ସଂଖ୍ୟା ସ୍ଥିର ରହିଛି।ଦେଶ ର ବଡ଼ ବଡ଼ ସହରରେ ଆକ୍ରାନ୍ତ ଙ୍କ ସଂଖ୍ୟା କମିବା ଆରମ୍ଭ ହେଲାଣି।ରୋଗୀ ମାନଙ୍କର ଲକ୍ଷଣ କମ୍ ରହୁଚି।ବହୁ କମ୍ ରୋଗୀ ଙ୍କୁ ହସ୍ପିଟାଲ୍ ଯିବାକୁ ପଡୁଛି। ଆଶା କରାଯାଉଛି ଓଡ଼ିଶାରେ ସ୍ଥିତି ନିୟନ୍ତ୍ରଣ ରେ ରହିବ।ଟୀକାକରଣ କୁ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ




