ଦେଶ ତଥା ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଫେବୃଆରୀ ମାସ ଶେଷ ଆଡକୁ ଏହା ଶୀର୍ଷ ରେ ଛୁଇଁବା ନେଇ ବିଶେଷଜ୍ଞ ମାନେ ଆଶଙ୍କା ପ୍ରକାଶ କରିଛନ୍ତି।ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜାନୁଆରୀ ମାସ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି।ପୂର୍ବପରି ସହରାଞ୍ଚଳ ରେ ରାଜ୍ୟବ୍ୟାପୀ ରାତ୍ରି କାଳୀନ କର୍ଫ୍ୟୁ ରାତି ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିବ।ସାମାଜିକ,ଧାର୍ମିକ ସମାବେଶ ମନା।ନୂଆବର୍ଷ ରେ ବଣ ଭୋଜି ବାରଣ କରାଯାଇଛି।ଅପେରା ଯାତ୍ରା ରେ ସର୍ବାଧିକ ୧ହାଜର ଦର୍ଶକ ରହିବେ।ବିବାହ ଶୋଭାଯାତ୍ରା ରେ ସର୍ବାଧିକ ୫୦ଜଣ ଙ୍କୁ ମିଳିଛି ଅନୁମତି।ରାଜନୈତିକ ସମାବେଶ ରେ ସର୍ବାଧିକ ୧୦୦ଲୋକ ଙ୍କୁ ନେଇ କରାଯିବ।ହୋଟେଲ୍,ପାର୍କ,ମଲରେ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ବାରଣ କରାଯାଇଛି।୫୦ପ୍ରତିଶତ ଦର୍ଶକ ଙ୍କୁ ନେଇ ଚାଲିବ ସିନେମା ହଲ୍।ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନ ଙ୍କ କାର୍ଯ୍ୟଳୟ ପକ୍ଷରୁ ଏହି ମାର୍ଗଦର୍ଶିକା ଜାରି କରାଯାଇଛି