ଇଣ୍ଡିଜ ବିପକ୍ଷରେ ତୃତୀୟ ତଥା ଶେଷ ମ୍ୟାଚ୍ ଜିତି ଭାରତ ଶୃଙ୍ଖଳା ପୋଛି ନେଇଛି।୧୭ରନ୍ ରେ ଜିତି ୩୦ ରେ ଜିତିଛି ଭାରତ। ଇଣ୍ଡିଜ ଗୋଟିଏ ବି ମ୍ୟାଚ୍ ଜିତି ପରି ନାହିଁ।ଏହା ପୂର୍ବରୁ ଖେଳା ଯାଇଥିବା ଦିନିକିଆ ଶୃଙ୍ଖଳା କୁ ଭାରତ ସମାନ ଢଙ୍ଗରେ ୩_୦ ରେ ଜିତିଯାଇଛି। ଇଣ୍ଡିଜ ଦଳ ଶେଷ ମ୍ୟାଚରେ ଅନେକ ପରିବର୍ତ୍ତନ କରି ମଧ୍ୟ ଶାନ୍ତ୍ବନା ମୂଳକ ବିଜୟ କରି ପାରିନାହିଁ।ଭାରତ ପ୍ରଥମେ ବ୍ୟାଟିଂ କରି ୧୮୫ରନ୍ ର ବିଜୟ ଲକ୍ଷ୍ୟ ରଖିଥିଲା।ଭ୍ରମଣ କାରି ଦଳ ଏହି ରନ୍ କୁ ପିଛା କରିବାରେ ସଫଳ ହୋଇପାରିନଥିଲା। ଇଣ୍ଡିଜ ର ବ୍ୟାଟ୍ସମ୍ୟାନ୍ ମାନେ ଅସ୍ତିର ଭାବେ ବ୍ୟାଟିଂ କରି ଆଉଟ୍ ହୋଇଯାଇଥିଲେ।ଫଳରେ ଭାରତ ଶେଷ ଓଭର ରେ ମ୍ୟାଚ୍ ଜିତିବା ସହ ସିରିଜ୍ କୁ ଛଡାଇ ନେଇଥିଲା।ୱେଷ୍ଟ ଇଣ୍ଡିଜ କୋଡ଼ିଏ ଓଭର ରେ ୯ୱିକେଟ୍ ହରାଇ ମାତ୍ର ୧୬୭ରନ୍ କରିଥିଲା।ସୂର୍ଯ୍ୟ କୁମାର ଯାଦବ ସବୁ ଠାରୁ ଭଲ ପ୍ରଦର୍ଶନ କରିଥିଲେ ।




