headlineodisha
Friday, May 9, 2025
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headlineodisha
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headline odisha
Home ମୋ ଓଡିଶା

ମହାନିଦ୍ରାରେ ମହାରଥୀ

by Headline Odisha
in ମୋ ଓଡିଶା, ରାଜନୀତି
0
ମହାନିଦ୍ରାରେ ମହାରଥୀ
Share
  •  
  •  
  •  
  •  

ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କର ଗତକାଲି ବିଳମ୍ବିତ ରାତ୍ରିରେ ପରଲୋକ ଘଟିଛି । ଅସୁସ୍ଥତା ଯୋଗୁଁ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ବିଜେଡିର ଏହି ବରିଷ୍ଠ ନେତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ଭେଣ୍ଟିଲେଟର ସାହାଯ୍ୟରେ ଚିକିତ୍ସା ଚାଲିଥିବାବେଳେ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା । ମୃତ୍ୟୁ ବେଳକୁ ପାଖରେ ତାଙ୍କର ପତ୍ନୀ ପ୍ରତିଭା ମହାରଥୀ, ପୁଅ ରୁଦ୍ରପ୍ରତାପ, ଝିଅ ପଲ୍ଲବୀ ଓ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ତାଙ୍କର ମୃତ୍ୟୁ ଖବର ପ୍ରସାରିତ ହେବାକ୍ଷଣି ପିପିଲି ନିର୍ବାଚନ ମଣ୍ଡଳୀ ସମେତ ବହୁ ସ୍ଥାନରେ ଶୋକର ଛାୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାରଥୀଙ୍କ ବିୟୋଗରେ ଶୋକ ପ୍ରକାଶ କରିବାସହ ମହାରଥୀଙ୍କୁ ‘ଯଥାର୍ଥରେ ସେ ଥିଲେ ଜନତାଙ୍କ ନେତା’ ବୋଲି ନିଜ ଶୋକବାର୍ତ୍ତାରେ କହିଛନ୍ତି ।

ଛାତ୍ର ରାଜନୀତିରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ପ୍ରଦୀପ ମହାରଥୀ ପିପିଲିରୁ ୭ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୮୫ ରେ ସେ ଜନତା ପାର୍ଟି, ୧୯୯୦ରେ ଜନତା ଦଳ ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ପିପିଲିରୁ ବିଜୁ ଜନତା ଦଳ ଟିକେଟରେ ନିର୍ବାଚିତ ହୋଇ ନିଜକୁ ଅପ୍ରତିଦ୍ୱନ୍ଦୀ ନେତା ଭାବେ ସାବ୍ୟସ୍ତ କରିଥିଲେ । ବିଜେଡି ର ବହୁ ଗୁରୁତ୍ୱପୂର୍ଣ ପଦବୀସହ ଏକାଧିକବାର ନବୀନଙ୍କ ମନ୍ତ୍ରିମଣ୍ଡଳରେ ମଧ୍ୟ ସାମିଲ ହୋଇ କୃଷି, ପଶୁସଂପଦ , ପଂଚାୟତିରାଜ, ପାନୀୟ ଜଳ ଯୋଗାଣ ମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇଥିଲେ । ବିଧାନସଭା ଭିତରେ ଓ ବାହାରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ପ୍ରଦୀପ ମହାରଥୀ । ରାଜନୈତିକ କ୍ୟାରିୟରରେ ଏକାଧିକବାର ବିବାଦୀୟ ହୋଇଥିଲେ ମଧ୍ୟ, ନିର୍ବାଚନ ରାଜନୀତିରେ ସେ ପିପିଲି ବାସୀଙ୍କ ସମର୍ଥନ ହାସଲ କରିଥିଲେ । ବହୁଦିନଧରି ପିପିଲିରୁ ନିର୍ବାଚିତ ହୋଇ ବିଧାନସଭାକୁ ଆସୁଥିବା ପ୍ରଦୀପ ମହାରଥୀ ନିଜର ଚାଲିଚଳଣି ଓ ବୟାନ ବାଜି ଯୋଗୁ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରୁଥିଲେ ।ନାଟକୀୟ ଢ଼ଙ୍ଗରେ ଡାଇଲଗ ବିଧାନସଭା ଭିତରେ ଓ ଗଣମାଧ୍ୟମ ଆଗରେ ତାଙ୍କର ବୟାନ ସବୁଦିନ ପାଇଁ ଲୋକଙ୍କ ହୃଦୟରେ ବଞ୍ଚେଇ ରଖିବ । ମହାରଥୀଙ୍କ ବିୟୋଗରେ ବହୁ ରାଜନେତା ଦଳଗତ ନିର୍ବିଶେଷରେ ଶୋକ ପ୍ରକାଶ କରିବାସହ ତାଙ୍କର ପରିବାରକୁ ସମବେଦନା ଜଣାଇଛନ୍ତି । ପ୍ରଦୀପ ମହାରଥୀଙ୍କ ପରି ଜଣେ ଟାଣୁଆ ନେତା ଓ ଦକ୍ଷ ସଂଗଠକଙ୍କ ସ୍ଥାନ ବିଜେଡି ରାଜନୀତିରେ ଅପୂରଣୀୟ ହୋଇ ରହିବ ।

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022
ଜୁନ୍ ରେ ସମବାୟ ନିର୍ବାଚନ

ଜୁନ୍ ରେ ସମବାୟ ନିର୍ବାଚନ

April 5, 2022

Recent News

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022

Quick Links

  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

Address

Bhubaneswar

Odisha

India

© 2020

No Result
View All Result
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

© 2020