ପୁଣି ଥରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକପ୍ରିୟତା କ୍ଷେତ୍ର ରେ ଦେଶର ଶୀର୍ଷ ମୁଖ୍ୟମନ୍ତ୍ରୀ ଭାବରେ ମାନ୍ୟତା ପାଇଛନ୍ତି।ଦେଶର ଶ୍ରେଷ୍ଠ ୯ମୁଖ୍ୟମନ୍ତ୍ରୀ ସୂଚୀ ରେ ନବୀନ ଙ୍କୁ ମିଳିଛି ୭୧.୧ପ୍ରତିଶତ ସମର୍ଥନ।ଏହି ସୂଚୀ ରେ ଦ୍ଵିତୀୟ ସ୍ଥାନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ,ତୃତୀୟରେ ଏମ୍ କେ ଷ୍ଟା ଲିନ୍ ,ଚତୁର୍ଥ ରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଅଛନ୍ତି।ଜାତୀୟ ପତ୍ରିକା ଇଣ୍ଡିଆ ଟୁଡେ଼ ଦ୍ଵାରା ଦେଶର ମୁଖ୍ୟମନ୍ତ୍ରୀ ମାନଙ୍କୁ ନେଇ କରାଯାଇଥିବା ସର୍ବେ ରେ ଏହି ତଥ୍ୟ ପ୍ରକାଶିତ ହୋଇଛି।ନବୀନ ଙ୍କୁ ମିଳିଛି ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ସମ୍ମାନ। କୋଭୀଡ୍ ପରି ଚାଳନା ରେ ଓଡ଼ିଶା କୁ ମିଳିଛି ପ୍ରଶଂସା । କୋଭିଡ ପରିଚାଳନା ରେ ଓଡ଼ିଶା ସରକାରଙ୍କ ପ୍ରସ୍ତୁତି ଓ ମୁକାବିଲା କୁ ନେଇ ମଧ୍ୟ ସର୍ବାଧିକ ଲୋକ ସନ୍ତୋଷ ବ୍ୟକ୍ତ କରିଛନ୍ତି।ରାଜ୍ୟର ୭୬.୭ପ୍ରତିଶତ ନାଗରିକ ରାଜ୍ୟ ସରକାରଙ୍କ କୋଭିଡ୍ ପରିଚାଳନା କୁ ଉତ୍ତମ ବୋଲି କହିଛନ୍ତି।ନବୀନ ପଟ୍ଟନାୟକ ତାଙ୍କର ପଞ୍ଚମ ପାଳିରେ ଭିତ୍ତିଭୂମି ଉନ୍ନତି କରଣ କୁ ସର୍ବାଧିକ ପ୍ରାଥମିକତା ଦେଇଛନ୍ତି।