କୋରନା ବିରୋଧରେ ଚାଲିଥିବା ଲଢେଇ ରେ ଓଡ଼ିଶା ନୂଆ ମାଇଲ ଖୁଣ୍ଟ ହାସଲ କରିଛି।ଗୋଟିଏ ବର୍ଷ ମଧ୍ୟରେ ୧୮ବର୍ଷ ରୁ ଅଧିକ ବୟସ ର ଲୋକଙ୍କୁ ୫କୋଟି ଡୋଜ ଟିକା ଦିଆଯାଇଛି।ଶୁକ୍ରବାର ୨ଲକ୍ଷ ୫୯ହାଜର ୩୩ଜଣଙ୍କୁ ଟିକା ଦିଆଯିବା ପରେ ମୋଟ ଟୀକାଦାନ ସଂଖ୍ୟା ୫କୋଟି ୬୨ହାଜର ରେ ପହଁଚିଛି।ଆସନ୍ତା ୩ତାରିଖରୁ ୧୫୧୮ବର୍ଷ ର ପିଲାଙ୍କ ଟୀକାକରଣ ଆରମ୍ଭ ହେବ।ଏଥିପାଇଁ ପଞ୍ଜିକରଣ ଆରମ୍ଭ ହୋଇଛି।୨୦୨୧ ଜାନୁଆରୀ ୧୬ତାରିଖରେ ରାଜ୍ୟରେ ଟୀକାକରଣ ଆରମ୍ଭ ହୋଇଥିଲା।ରାଜ୍ୟରେ ଏବେ ୨କୋଟି ୯୨ଲକ୍ଷ ରୁ ଅଧିକ ଲୋକ ପ୍ରଥମ ଡୋଜ୍ ଟିକା ନେଇ ସାରିଛନ୍ତି।ସେହିପରି ୨କୋଟି ୮ଲକ୍ଷରୁ ଅଧିକ ଲୋକ ଦ୍ଵିତୀୟ ଡୋଜ ଟିକା ନେଇସାରିଚନ୍ତି।ଆସନ୍ତା ଗୋଟିଏ ମାସ ମଧ୍ୟରେ ପିଲାମାନଙ୍କ ଟୀକାକରଣ ସାରିବାକୁ ସ୍ୱାସ୍ଥ୍ୟ ବିଭାଗ ଲକ୍ଷ୍ୟ ରଖିଛି।୧୫ରୁ୧୮ବର୍ଷ ବର୍ଗରେ ରାଜ୍ୟରେ ୨୩ଲକ୍ଷ ୬୫ହାଜର ପିଲା ଅଛନ୍ତି