ଓଡ଼ିଶା ରେ ଓମିକ୍ରାନ୍ ଭାରିଆଣ୍ଟ।ଦୁଇଜଣ ବିଦେଶ ଫେରନ୍ତା ଙ୍କ ପାଖରୁ ଏହା ଚିହ୍ନଟ ହୋଇଛି।institute of life sciences ପକ୍ଷରୁ ଏହି ସୂଚନା ଦିଆଯାଇଛି।ଦୁଇ ଜଣ ବିଦେଶ ଫେରନ୍ତା ହେଲେ ଜଣେ ନାଇଜେରିଆ ରୁ ଆସିଛନ୍ତି।ତାଙ୍କ ଘର ଜଗତସିଂହପୁର।ଅନ୍ୟ ଜଣେ କତାର ରୁ ଆସିଛନ୍ତି ଯାହାଙ୍କ ଘର ଖୋର୍ଦ୍ଦା ଜିଲ୍ଲା।ଉଭୟ ଆଇ ସୋଲେସନ୍ ରେ ଅଛନ୍ତି।ସମସ୍ତେ ସୁସ୍ଥ ମଧ୍ୟ ଅଛନ୍ତି।ଗତ ସପ୍ତାହରେ ୯ଜଣ ବିଦେଶ ଫେରନ୍ତା posetive ଚିହ୍ନଟ ହୋଇଥିଲେ।ସେମାନଙ୍କ ମଧ୍ୟରୁ ଦୁଇ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।ନାଇଜେରିଆ ଫେରନ୍ତା କଟକ ରେ ଏକ ହୋଟେଲ୍ ରେ ଆଇ ଶୋଲେସନ୍ ରେ ରହିବା ପରେ ଅଶ୍ୱିନୀ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଛନ୍ତି।ବର୍ତ୍ତମାନ ସେ ସମ୍ପୂର୍ଣ ସୁସ୍ଥ ଅଛନ୍ତି।ସେ ଯେଉଁ ମାନଙ୍କ ସହ ମିଶିଥିଲେ ସମସ୍ତଙ୍କର covid ଟେଷ୍ଟ୍ କରାଯାଇଥିଲା।ସମସ୍ତଙ୍କ ନେଗେଟିଭ ରିପୋର୍ଟ୍ ଆସିଛି।ଦେଶରେ ଧୀରେ ଧୀରେ ଓମିକ୍ରନ୍ ଆକ୍ରାନ୍ତ ବଢ଼ିବାରେ ଲାଗିଛି।ଆଜି ସୁଦ୍ଧା ୨୦୦ଜଣ ଚିହ୍ନଟ ହୋଇଛନ୍ତି।ସଂକ୍ରମଣ ସଂଖ୍ୟା ବଢ଼ିଚାଲିଛି।




