ଅଧାରୁ ବନ୍ଦ ହେଲା ବିଧାନସଭା।୨୦ଦିନ ପୂର୍ବରୁ ତଥା ୧୭ଟି କାର୍ଯ ଦିବସ ପୂର୍ବରୁ ବିଧାନସଭା କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାଚସ୍ପତି ମୁଲତବୀ କରିଦେଇଛନ୍ତି।ଗୋଟିଏ ଦିନ ପାଇଁ ବି ଚାଲି ପାରି ନାହିଁ ବିଧାନସଭା।ମାମିତା ମେହେର ହତ୍ୟା ପ୍ରସଙ୍ଗ ରେ ବିରୋଧୀ କଂଗ୍ରେସ ଏବଂ ବିଜେପି ଗୃହକୁ ଚଳାଇ ଦେଇ ନାହାନ୍ତି।ଗୃହକୁ ମୂଲତବୀ କରିବାକୁ ପ୍ରସ୍ତାବ ଆଣିଥିଲେ ସରକାରୀ ମୁଖ୍ୟ ସଚେତକ।୯ଦିନ ମଧ୍ୟରେ ଦୁଇ ଘଣ୍ଟା ବି ଠିକ୍ ସେ ଚାଲି ପାରି ନାହିଁ ବିଧାନସଭା।ବିଜେପି ଏବଂ କଂଗ୍ରେସ ଗୃହରେ ପ୍ରତିଦିନ ହୋହାଲ୍ଲା କରିଥିଲେ।ବାଚସ୍ପତି ବାରମ୍ବାର ଗୃହକୁ ମୁଲତବୀ ଘୋଷଣା କରିଥିଲେ।ଗୋବର ଏବଂ ଗଙ୍ଗା ଜ ଳ ବିଜେପି ସଦସ୍ୟ ଗୃହରେ ଚିଞ୍ଚି ଥିଲେ।କଂଗ୍ରେସ୍ ବିଧାୟକ ମାନେ ପୂଜା ପାଠ କରିଥିଲେ।ଶାସକ ବିଜେଡ଼ି କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇ ପ୍ରତିବାଦ କରିଥିଲା।ପ୍ରବଳ ହଟ ଗୋଳ ସତ୍ବେ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ ପାରିତ ହୋଇଛି