ଚଳିତ ମାସ ଶେଷ ଆଡକୁ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହେବ।ଫେବୃଆରୀ ମାସ ରେ ହେବ ପଞ୍ଚାୟତ ନିର୍ବାଚନ।ଏହା ପରେ ଅର୍ଥାତ୍ ଏପ୍ରିଲ୍ ମାସରେ ହୋଇପାରେ ପୌର ନିର୍ବାଚନ।ରାଜ୍ୟ ନିର୍ବାଚନ କମିଶନ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।ଇଭିଏମ୍ ମେସିନ କୁ ବିଭିନ୍ନ ଜିଲ୍ଲା କୁ ପଠାଇଛନ୍ତି ନିର୍ବାଚନ ଆୟୋଗ।ପଞ୍ଚାୟତ ନିର୍ବାଚନ ବାଲଟ ବକ୍ସ ରେ ହେଉଥିଲା ବେଳେ ପୌର ନିର୍ବାଚନ ଇଭିଏମ୍ ମେସିନ ରେ ହେବ।ରାଜ୍ୟ ନିର୍ବାଚନ କମିଶନ ଏହି ମେସିନ ଏବଂ ନିର୍ବାଚନ ସରଞ୍ଜାମ ଜିଲ୍ଲା ଗୁଡ଼ିକୁ ପଠାଇବା ସ୍ପଷ୍ଟ ହେଉଛି ପଞ୍ଚାୟତ ନିର୍ବାଚନ ପରେ ପୌର ନିର୍ବାଚନ ହେବ।ରାଜ୍ୟରେ ୧୦୧ଟି ପୌରାଞ୍ଚଳ ହେବ ନିର୍ବାଚନ।ଭୁବନେଶ୍ୱର,କଟକ ,ବ୍ରହ୍ମପୁର ମହାନଗର ନିଗମର ହେବ ନିର୍ବାଚନ।ଦୁଇଟି ନିର୍ବାଚନ ପାଇଁ ଖୁବ୍ ଶୀଘ୍ର ସର୍ବାଦଳୀୟ ବୈଠକ ଡାକିବେ ନିର୍ବାଚନ କମିଶନ।ଏହାପରେ ପଞ୍ଚାୟତ ଏବଂ ପୌର ନିର୍ବାଚନ ତାରିଖ ଘୋଷଣା ହେବ