ପଞ୍ଚାୟତ ନିର୍ବାଚନ ପାଇଁ କଟକଣା କୋହଳ ହୋଇଛି।ଏଣିକି ଜମିବ ପଞ୍ଚାୟତ ନିର୍ବାଚନ ପ୍ରଚାର । ତିନି ଶହ ଲୋକଙ୍କୁ ନେଇ ରାଜନୈତିକ ସଭା ହେବ। ରାଜ୍ୟରେ କୋରୋନା ସଂକ୍ରମଣ ତଳ ମୁହାଁ ହୋଇଥିବାରୁ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ଏହି ନିଷ୍ପତି ନେଇଛନ୍ତି। ପ୍ରାର୍ଥୀଙ୍କ ସହ ୫ଜଣ ପରିବର୍ତ୍ତେ ୨୦ଜଣ ଘରକୁ ଘର ବୁଲି ପ୍ରଚାର କରିବେ।ଦଳ ଗୁଡିକ ଏଥିପାଇଁ ପୂର୍ବରୁ ଅନୁମତି ଆଣିବେ।ପୂର୍ବରୁ ରାଜ୍ୟ ନିର୍ବାଚନ କମିଶନ ଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ରେ ପରିବର୍ତ୍ତନ କରା ଯାଇଛି।ବର୍ତ୍ତମାନ ରାଜ୍ୟରେ କୋରୋନା ସ୍ଥିତି ନିୟନ୍ତ୍ରଣ ରେ ରହିଛି।ରାଜ୍ୟ ନିର୍ବାଚନ କମିଶନଙ୍କ କୋହଳ କଟକଣା ପରେ ଗାଁ ରାଜନୀତି ସରଗରମ ହେବା ରେ ଲାଗିଛି