ରାଜନୀତି ରେ ଅଛି,ଥିଲି,ରାଜନୀତି ରେ ରହିବି ହେଲେ ୨୦୨୪ବିଧାନ ସଭା ନିର୍ବାଚନ ଲଢ଼ିବି ନାହିଁ।ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏହା କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ।ପ୍ରସାଦ ଆହୁରି ମଧ୍ୟ କହିଛନ୍ତି କଂଗ୍ରେସ୍ ଲଢେଇ ବିଜେପି ବିଜେଡ଼ି ସହ ହେବା କଥା କିନ୍ତୁ ଏଥି କଂଗ୍ରେସ୍ ଲଢେଇ କଂଗ୍ରେସ୍ ସହ ହେଉଛି।ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ରେ ୬ଜିଲ୍ଲାପରିଷଦ ଜୋନ୍ ରୁ କଂଗ୍ରେସ୍ କାହାକୁ ପ୍ରାର୍ଥୀ କରିନଥିବାରୁ ପ୍ରସାଦ ହରିଚନ୍ଦନ ଚର୍ଚ୍ଚାକୁ ଆସିଥିଲେ।ଏଥିରେ ତାଙ୍କର କୌଣସି ଭୂମିକା ନଥିବା ସେ କହିଛନ୍ତି।ପିସିସି ର ଦାୟିତ୍ୱ ଟିକେଟ ଦେବା।ମୁଁ ୩୩ବର୍ଷ ହେବ କଂଗ୍ରେସ୍ ରେ ଅଛି।ଘର ବାହାରକୁ ଯାଇନାହିଁ।ମୁଁ ଅନ୍ୟ ଦଳକୁ ଯିବାର ନାହିଁ।ମୁଁ କାହା ସହ ଡିଲ୍ କରିନାହିଁ।ମୁଁ ଜଣେ ବେପାରୀ ନୁହଁ କାହା ସହ ଡ଼ିଲ୍ କରିବି।ଏବଳି କହି ଭାବବିହ୍ୱଳ ହୋଇଥିଲେ ପ୍ରସାଦ।