କାଳିଆ ଦର୍ଶନ ଲାଗି ହଟିଲା କଟକଣା।ଆଉ ଦେଖାଇବାକୁ ପଡ଼ିବନି କରୋନା ଟିକା ପ୍ରମାଣ ପତ୍ର।ଚଳିତ ମାସ ୨୧ରୁ ଲାଗୁ ହେବ ଏହି ସଂଶୋଧନ ନିୟମ। କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ସୋମବାର ଛତିଶା ନିଯୋଗ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇ ଛି।ଶ୍ରୀମନ୍ଦିର ଆସୁଥିବା ଭକ୍ତ ମାନେ ଦୁଇଟି ଟିକା ନେବା ସହ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି।ଭକ୍ତ ଙ୍କ ପାଇଁ ଶ୍ରୀମନ୍ଦିର ସମ୍ମୁଖରେ ରେ ଥିବା ଯାଞ୍ଚ୍ କେନ୍ଦ୍ର କୁ ଉଠାଇ ଦିଆଯିବ।ପୂର୍ବ ପରି ଶ୍ରଦ୍ଧାଳୁ ସିଂହ ଦ୍ୱାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରିବେ।ଆଉ ଦେଖାଇ ବାକୁ ପଡ଼ିବ ନାହିଁ ଟିକା ପ୍ରମାଣ ପତ୍ର।ରାଷ୍ଟ୍ରପତି ଙ୍କ ପାଇଁ ଦୁଇ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।