ଆସୁଛି ପଶ୍ଚିମା ଝଡ।ଏହାର ପ୍ରଭାବ ରେ ରାଜ୍ୟର କିଛି ଜିଲ୍ଲା ରେ ଫେବୃଆରୀ ୩ରୁ ବର୍ଷା ଆଶଙ୍କା ରହିଛି।ପରବର୍ତ୍ତୀ ଦୁଇ ଦିନ ବର୍ଷା ପରିମାଣ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।ସମ୍ଭାବ୍ୟ ବର୍ଷା କୁ ନେଇ ଚାଷୀ ଆଶା ଓ ଆଶଙ୍କା ରେ।ବିଶେଷ କରି ପନିପରିବା,ରବି ଫସଲ, ଏବଂ ମଣ୍ଡିରେ ଗଦା ହୋଇଥିବା ଧାନ କୁ ନେଇ ଚିନ୍ତା ବଢ଼ିଛି। ବର୍ଷା ମାଡ଼ରେ ପନିପରିବା ଓ ରବି ଫସଲ ନଷ୍ଟ ହୋଇଯିବା ସମ୍ଭାବନା ରହିଛି।ରାଜ୍ୟର ବିଭିନ୍ନ ଜିଲ୍ଲା ରେ ସର୍ବନିମ୍ନ ତାପମାତ୍ରା ସ୍ଵାଭାବିକ ରୁ ତଳକୁ ଖସିବା ଦ୍ଵାରା ଶୀତ ଲହରୀ ଦେଖାଦେଇଛି।ଫୁଲବାଣୀ ସହରରେ ସର୍ବନିମ୍ନ ତାପମାତ୍ରା ରହିଛି।୩ରୁ ବିଜୁଳି ଘଡ ଘଡି ସହ ବର୍ଷା ହୋଇପାରେ।