ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ବାସ୍ଥ୍ୟାବସ୍ଥା କୁ ନେଇ ଗୁଜବ ସୃଷ୍ଟି ହୋଇଥିଲା । ଏହି ଗୁଜବ ର ପୂର୍ଣ୍ଣଛେଦ ନିଜେ ଟାଣିଛନ୍ତି ମୁଖ୍ୟମନ୍ତ୍ରୀ।କହିଛନ୍ତି ମୁଁ ସୁସ୍ଥ ଅଛି,ରାଜ୍ୟବାସୀଙ୍କ ସେବା କରୁଛି। ଗୁଜବ ଝଡ କୁ ନିଜେ ହସି ଉଡ଼ାଇ ଦେଇଛନ୍ତି।ଦୀର୍ଘ ଦୁଇ ଦଶନ୍ଧି ଧରି ପ୍ରତ୍ୟେକ ନିର୍ବାଚନରେ ନବୀନ ଙ୍କ ନେତୃତ୍ୱ ରେ ବିଜେଡ଼ି ଅପରାଜୟ ସାଜିଛି।ତାଙ୍କ ଜନପ୍ରିୟତା ଓ ଭାବମୂର୍ତ୍ତି ଦଳ ପାଇଁ ପାଲଟିଛି ଅଭେଦ୍ୟ କବଚ। ବିରୋଧୀ ସଫଳତା ପାଇଁ ଏବେ ବି ସଂଘର୍ଷ କରୁଛନ୍ତି।କିଛି କୁଚକ୍ରି ଗୋଷ୍ଠୀ ବାରମ୍ବାର ନବୀନ ଙ୍କ ସ୍ବାସ୍ଥ୍ୟାବସ୍ଥା କୁ ନେଇ ଗୁଜବ ସୃଷ୍ଟି କରୁଛନ୍ତି।୨୦୧୯ନିର୍ବାଚନ ପୂର୍ବରୁ ଏବଂ ପରେ ଏଭଳି ଗୁଜବ ସୃଷ୍ଟି କରିବା ସହ କିଛି ପ୍ରାୟୋଜିତ ଗଣମାଧ୍ୟମ ରେ ଖବର ମଧ୍ୟ ପ୍ରସାରିତ କରିଥିଲେ।ଏହାର ଜବାବ୍ ମଧ୍ୟ ମୁଖ୍ୟମନ୍ତ୍ରୀ ଦେଇସାରିଛନ୍ତି।ମୁଖ୍ୟମନ୍ତ୍ରୀ ଏହି ଗୁଜବ ର ନିରବ ଜବାବ୍ ଦେବାକୁ ଯାଇ ଶୁକ୍ରବାର କହିଛନ୍ତି ପ୍ରତି ନିର୍ବାଚନ ବେଳକୁ ମୋ ସ୍ୱାସ୍ଥ୍ୟ କୁ ନେଇ ଚର୍ଚ୍ଚା ହୁଏ।ରାଜ୍ୟବାସୀ ଏହାର ଉପଯୁକ୍ତ ଜବାବ୍ ଦେଇ ଆସିଛନ୍ତି।ପ୍ରତି ଅପପ୍ରଚାର ରେ ବିଜେଡ଼ିକୁ ମିଳିଥାଏ ବିପୁଳ ସମର୍ଥନ।ପଞ୍ଚାୟତ ନିର୍ବାଚନ ରେ ବିଜେଡ଼ି କୁ ମିଳିବ ବିପୁଳ ସଫଳତା।ସୂଚନା ଥାଉ କି ପଞ୍ଚାୟତ ନିର୍ବାଚନ ଚାଲିଥିବା ବେଳେ କିଛି ଗୋଷ୍ଠୀ ମୁଖ୍ୟମନ୍ତ୍ରୀ ଙ୍କ ସ୍ୱାସ୍ଥ୍ୟ କୁ ନେଇ ଅପ ପ୍ରଚାର କରିଥିଲେ।ନବୀନ ନିରବ ରେ ତାର ପାଲଟା ଜବାବ୍ ଦେଇଛନ୍ତି ।