ଖୁବ୍ ଶୀଘ୍ର ଘୋଷଣା ହେବ ପଞ୍ଚାୟତ ନିର୍ବାଚନ ତାରିଖ।ରାଜ୍ୟ ନିର୍ବାଚନ କମିଶନ ଙ୍କ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି। ନିର୍ବାଚନ କମିଶନଙ୍କ ପକ୍ଷରୁ ସରପଞ୍ଚ,ସମିତି ସଭ୍ୟ, ଏବଂ ୱାର୍ଡ଼ ମେମ୍ବର ପ୍ରାର୍ଥୀ ଙ୍କ ପାଇଁ ଚିହ୍ନ ପ୍ରକାଶ କରାଯାଇଛି।ଯେଉଁ ମାନେ ସ୍ବାଧିନ ଜିଲ୍ଲା ପରିଷଦ ପ୍ରାର୍ଥୀ ହେବେ ସେମାନଙ୍କ ପାଇଁ ଚିହ୍ନ ପ୍ରକାଶ କରାଯାଇଛି।ଓଡ଼ିଆ alphabetical ଚିହ୍ନ ପ୍ରଦାନ କରାଯିବ।ସରପଞ୍ଚ ଙ୍କ ପାଇଁ ୩୨ଟି ,ସମିତି ସଭ୍ୟ ପାଇଁ ୧୯ଟି,ୱାର୍ଡ଼ ମେମ୍ବର ପ୍ରାର୍ଥୀ ଙ୍କ ପାଇଁ ୧୫ଟି ଚିହ୍ନ ରହିଛି।ଜିଲ୍ଲାପରିଷଦ ମାନେ ଦଳୀୟ ଚିହ୍ନ ରେ ନିର୍ବାଚନ ଲଢ଼ିବେ। ଏକପ୍ରକାର ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।ଏନେଇ ସବୁ ଜିଲ୍ଲାପାଳ ମାନଙ୍କୁ ରାଜ୍ୟ ନିର୍ବାଚନ କମିଶନ ଚିଠି ଲେଖିଛନ୍ତି। କୋଭିଡ ସ୍ଥିତି କୁ ଦେଖି ସ୍ଵତନ୍ତ୍ର ଗାଇଡିଲାଇନ ଜାରି କରାଯିବା।ଖୁବ୍ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି