ବେଙ୍ଗାଲୁରୁ ବିମାନବନ୍ଦର ଉପରେ ୩ହାଜର ଫୁଟ ଉଚ୍ଚତାରେ ଇଣ୍ଡିଗୋ ର ଦୁଇଟି ବିମାନ ନିଶ୍ଚିତ ଧକ୍କା ରୁ ଅଳ୍ପକେ ବର୍ତ୍ତି ଯାଇଛି।ଶେଷ ମୁହୂର୍ତ୍ତ ରେ ରାଡ୍ ର ସଂକେତ ମିଳିବା ପରେ ପାଇଲଟ୍ ମାନେ ବିପରୀତ ଦିଗ କୁ ବିମାନ ନେଇଯାଇଥିଲେ।ଜାନୁଆରୀ ୭ତାରିଖ ସକାଳେ ବିମାନ ଦ୍ବୟ ଉଡାଣ ଭରିବା ବେଳେ ଏହି ଘଟଣା ଘଟିଥିବା ବୁଧବାର ବେସାମରିକ ବିମାନ ଚଳାଚଳ ମହା ନିର୍ଦ୍ଦେଶାଳୟ ସୂଚନା ଦେଇଛି।ଆଶର୍ଯ୍ୟଜନକ୍ ଭାବେ ଘଟଣା କୁ ଲଗ୍ ବୁକ୍ ରେ ତାଲିକା ଭୁକ୍ତ କରାଯାଇନଥିଲା କିମ୍ବା ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ କୁ କୁହାଯାଇ ନଥିଲା।ତେବେ ଡିଜିସିଏ ଏହି ଘଟଣା ର ତଦନ୍ତ କରୁଛି।indigo ର ଦୁଇ ବିମାନ ବେଙ୍ଗାଲୁରୁ କଲିକତା ଏବଂ ବେଙ୍ଗାଲୁରୁ ଭୁବନେଶ୍ୱର ବିମାନବନ୍ଦର ର ଉଡାଣ ବ୍ୟବଧାନ ନିୟମ ଉଲଘଂନ କରିଥିଲେ।ଉଡାଣ ବେଳେ ଉଭୟ ବିମାନ ଉଡାଣ ର ବ୍ୟବଧାନ ର ଦୂରତା ଠିକ୍ ଭାବେ ରଖା ଯାଇ ନଥିଲା। ସେଥି ପାଇଁ ଏଭଳି ପରିସ୍ଥିତି ଉପୁଜିଥିଲା।