headlineodisha
Monday, October 27, 2025
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headlineodisha
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headline odisha
Home ବିଶେଷ

ଲଢେଇ ଆରମ୍ଭ

by Headline Odisha
in ବିଶେଷ, ରାଜନୀତି
0
ଲଢେଇ ଆରମ୍ଭ
Share
  •  
  •  
  •  
  •  

ଓଡ଼ିଶାର ୨ଟି ବିଧାନ ସଭା ଆସନ ବାଲେଶ୍ୱର ଓ ତିର୍ତ୍ତୋଲ ଆସନ ପାଇଁ ଉପନିର୍ବାଚନ ହେଉଛି । ଵିଜ୍ଞପ୍ତି ପ୍ରକାଶ ପାଇବା ପରେ ଦୁଇ ପ୍ରମୁଖ ରାଜନୈତିକ ପ୍ରତିଦ୍ବନ୍ଦୀ ବିଜେଡି ଓ ବିଜେପି ମଇଦାନକୁ ଓହ୍ଲାଇ ସାରିଲେଣି । ଏପରିକି ଦୁଇ ଦଳ ପ୍ରାର୍ଥୀ ତାଲିକା ମଧ୍ୟ ଘୋଷଣା କରିଦେଲେ । ବିଜେପି ପକ୍ଷରୁ ବାଲେଶ୍ୱର ଆସନରେ ଦିବଂଗତ ବିଧାୟକ ମଦନ ମୋହନ ଦତ୍ତ ଙ୍କ ପୁଅ ମାନସ ଦତ୍ତ ନିର୍ବାଚନ ଲଢ଼ିବେ ଓ ତିର୍ତ୍ତୋଲ ରୁ କଂଗ୍ରେସରୁ ବିଜେପି କୁ ଆସିଥିବା ରାଜକିଶୋର ବେହେରା ନିର୍ବାଚନ ଲଢ଼ିବେ । ସେହିପରି ବିଜେଡି ରୁ ବାଲେଶ୍ୱର ଆସନରେ ନବାଗତ ସ୍ୱରୂପ ଦାସ ନିର୍ବାଚନ ଲଢ଼ୁଥିବା ବେଳେ, ତିର୍ତ୍ତୋଲ ଆସନରେ ଦିବଂଗତ ନେତା ବିଷ୍ଣୁ ଦାସ ଙ୍କ ପୁଅ ବିଜୟ ଶଙ୍କର ଦାସ ନିର୍ବାଚନ ଲଢ଼ିବେ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଛି ।

ବାଲେଶ୍ୱର ଆସନଟି ଉଭୟ ଦଳ ପାଇଁ ଏବେ ସମ୍ମାନ ର ପ୍ରଶ୍ନ । ବିଜେପି ଏହି ଆସନଟିକୁ ନିଜ ଅକ୍ତିଆର ରେ ରଖିବା ପାଇଁ ଚାହିଁବ ଓ ବିଜେଡି ଏହି ଆସନ ଦଖଲକୁ ନେବାକୁ ମଧ୍ୟ ଚେଷ୍ଟା କରିବ । ବିଜେପି ର ପ୍ରାର୍ଥୀଙ୍କ ଏଠାରେ ପୁଞ୍ଜି ହେଉଛି ଅନୁକମ୍ପା ଭୋଟ । ମିଳିଥିବା ଖବର ଅନୁଯାୟୀ ବିଜେପି ଜିତିଲେ ଶ୍ରେୟ ଯିବ କେନ୍ଦ୍ରମନ୍ତୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଓ ହାରିଲେ ଶ୍ରେୟନେବେ ଅନ୍ୟତମ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ଉଭୟଙ୍କ ସମର୍ଥକଙ୍କ ମଧ୍ୟରେ ସମ୍ପର୍କ ଭଲନାହିଁ, ମାତ୍ର ବରିଷ୍ଠ ବିଜେପି ନେତା ଖାରବେଳ ସ୍ୱାଇଁ ଙ୍କ ଗୁରୁତ୍ୱ ହ୍ରାସ କରିବା ପାଇଁ ୨ କେନ୍ଦ୍ରମନ୍ତ୍ରୀ ଏକାଠି ହୋଇଛନ୍ତି । ବାଲେଶ୍ୱର ରୁ ଏକାଧିକ ବାର ସାଂସଦ ଥିବା ଖାରବେଳ ସ୍ୱାଇଁଙ୍କୁ ଦଳ ମଧ୍ୟ ଏଥର ଅଣଦେଖା କରିଛି । ଏହି ଉପନିର୍ବାଚନରେ ମଧ୍ୟ୍ୟ ଖାରବେଳ ସ୍ୱାଇଁଙ୍କୁ ଦଳ ପ୍ରାର୍ଥୀ କରିପାରିଥାନ୍ତା । ମାତ୍ର ତାହା ନକରି ଖାରବେଳ ସ୍ୱାଇଁଙ୍କ ପତିଆରା କମାଇବାପାଇଁ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ତାଙ୍କୁ ନିର୍ବାଚନ ପ୍ରକ୍ରିୟା ଠାରୁ ଦୁରେଇ ରଖିଛନ୍ତି । ରାଜନୀତି ସମୀକ୍ଷକଙ୍କ କହିବା ଅନୁସାରେ ଖାରବେଳ ସ୍ୱାଇଁଙ୍କ ଭଳି ଯୋଗ୍ୟ ଓ ବରିଷ୍ଠ ନେତାଙ୍କୁ ହତାଦର କରିବାର ଫଳ ହୁଏତ ଏହି ନିର୍ବାଚନକୁ ପ୍ରଭାବିତ କରିପାରେ । ଗତ ନିର୍ବାଚନରେ ଖାରବେଳ ସ୍ୱାଇଁଙ୍କୁ ଜାଣିଶୁଣି ବିଜେପି ରାଜ୍ୟ ନେତୃତ୍ୱ କନ୍ଧମାଳରେ ଠିଆକରାଇ ହରାଇବା ଏବଂ ଏହି ନିର୍ବାଚନରେ ମଧ୍ୟ କୋଣଠେସା କରିବା ଉଦ୍ଦେଶ୍ୟରୁ ସ୍ପଷ୍ଟ ଜଣାପଡ଼ୁଛିଯେ, ଖାରବେଳଙ୍କ ଭଳି ନିର୍ମଳ ଭାବମୂର୍ତ୍ତି ସମ୍ପନ୍ନ ନେତାଙ୍କର ଓଡିଶା ବିଜେପିରେ ଆବଶ୍ୟକତା ନାହିଁ ।

ଏଣୁ ବାଲେଶ୍ୱର ଉପନିର୍ବାଚନର ଫଳାଫଳ କିପରି ବିଜେପି ସପକ୍ଷରେ  ଯିବ ତାହା ଏକ ବଡ ପ୍ରଶ୍ନ । ପ୍ରାର୍ଥୀ ହେଲେ ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ୟାମ୍ପର… ପ୍ରଚାର କରିବେ ପ୍ରତାପ ଷଡ଼ଙ୍ଗୀଙ୍କ ସମର୍ଥକ…, ପ୍ରଚାର ଦାୟିତ୍ୱ ରେ ରହିବେ ବିଜେଡିରୁ ଆମଦାନୀ ନେତା ରଘୁନାଥ ମହାନ୍ତି… ଆଉ ନିର୍ବାଚନରୁ ଦୂରେଇ ରହିବେ ବାଲେଶ୍ୱର ଭୋଟରଙ୍କ ପସନ୍ଦର ନେତା ଖାରବେଳ ସ୍ୱାଇଁ । ଏହି ସମୀକରଣ କୁ ନେଇ ବିଜେପି କରିବା ପ୍ରତିଦ୍ୱନ୍ଦିତା ।

ସେହିପରି ତିର୍ତ୍ତୋଲ ଆସନରେ ମଧ୍ୟ ବିଜେପି ର ଦୁଇଟି ଶିବିର । ଗୋଟିଏ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଅନ୍ୟଟି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କର  । ବିଜେପି ନିଜ କ୍ୟାଡରରଙ୍କୁ ପ୍ରାର୍ଥୀ ନକରି କଂଗ୍ରେସରୁ ଆମଦାନୀ ନେତା ରାଜ କିଶୋରଙ୍କ ବେହେରାଙ୍କୁ ପ୍ରାର୍ଥୀ କରିବା ଘଟଣାକୁ ଦଳ ଭିତରେ ସହଜରେ ଗ୍ରହଣ କରିପାରୁନାହାନ୍ତି ବରିଷ୍ଠ ନେତା ଓ କର୍ମୀ ମାନେ । ଏପରିକି ପ୍ରାର୍ଥୀ ଚୟନ ନେଇ ଅପରାଜିତା ଷଡ଼ଙ୍ଗୀ ଙ୍କ କ୍ୟାମ୍ପ ଖୁସି ନାହିଁ ବୋଲି ଶୁଣିବାକୁ ମିଳୁଛି । ତେଣୁ ଏହି ଆସନରେ ଯଦି ଧର୍ମେନ୍ଦ୍ର ଓ ଅପରାଜିତା ଙ୍କ କ୍ୟାମ୍ପ ଭିତରେ ତିକ୍ତତା ବଢେ ତେବେ ନିର୍ବାଚନ ଫଳାଫଳ କେମିତି ଯିବ ବିଜେପି ହାତକୁ ?

ଏବେ ଆସିବା ବିଜେଡି ର ପ୍ରାର୍ଥୀ ଚୟନ ପ୍ରକିୟା ଆଡକୁ । ତିର୍ତ୍ତୋଲରେ ଦିବଂଗତ ନେତା ବିଷ୍ଣୁ ଦାସଙ୍କ ପୁଅ ବିଜୟଶଙ୍କରଙ୍କ ବ୍ୟତିତ ବିଜେଡି ପାଇଁ ଅନ୍ୟ ବିକଳ୍ପ ନଥିଲା । ଯଦିଓ ସାଂସଦ ରାଜଶ୍ରୀ ମଲ୍ଲିକଙ୍କ ସମର୍ଥକ ଅନ୍ୟ ପ୍ରାର୍ଥୀଙ୍କ ସପେକ୍ଷରେ ଥିଲେ ମାତ୍ର ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ ବିଜୟଶଙ୍କର ହିଁ  ବର୍ତମାନ ସମୟର ଆବଶ୍ୟକତା ବୋଲି ବିଜେଡି  ଅନୁଭବ କରିଛି ଓ ତାଙ୍କୁ ଅନୁକମ୍ପା  ଭୋଟ ଦ୍ୱାରା ଜିତାଇବା ପାଇଁ ଚେଷ୍ଟା କରିବ ।

ସେହିପରି ବାଲେଶ୍ଵରେ ଜୀବନ ପ୍ରଦୀପ ଦାସ ଓ ରବୀନ୍ଦ୍ର ଜେନା ଙ୍କୁ ପ୍ରାର୍ଥୀ ନକରି ବିଜେଡି ଜଣେ ନବାଗତା ଙ୍କୁ ଦଳର ପ୍ରାର୍ଥୀ କରିଛି । ସ୍ୱରୂପ ଦାସଙ୍କୁ ପ୍ରାର୍ଥୀ କରି ବିଜେଡି ନିଜର ଗୋଷ୍ଠୀକନ୍ଦଳ କୁ ଏଡ଼ାଇବାର ପ୍ରୟାସ କରିଛି । ସବୁଠାରୁ ଗୁରୁତ୍ୱପୂର୍ଣ ହେଲା ବିଜେଡି ଦଳ ଭିତରର ମନାନ୍ତର କୁ ସମାଧାନ କରିବା ସହ ବରିଷ୍ଠ ନେତା ଅରୁଣ ଦେ ଙ୍କୁ  ନିଜ ପକ୍ଷକୁ ଆଣି ଏକ ବଡ ନିଷ୍ପତ୍ତି ନେଇଛି । ବାଲେଶ୍ୱର ସଦରରେ ଅରୁଣ ଦେ ଙ୍କ ବହୁ ସମର୍ଥକ ରହିଛନ୍ତି । ତେଣୁ ଦଳୀୟ କନ୍ଦଳକୁ ପ୍ରଶମିତ କରିବା ପାଇଁ ବିଜେଡି ଆପ୍ରାଣ ଉଦ୍ୟମ ଜାରି ରଖିଛି । ଏପରିକି ଶେଷ ମୁହୁର୍ତ୍ତ ପର୍ଯ୍ୟନ୍ତ  ବିଜେଡି ନିଜର ରଣନୀତିରେ ମଧ୍ୟ ବ୍ୟାପକ ପରିବର୍ତ୍ତନ କରିପାରେ ବାଲେଶ୍ୱର ଆସନକୁ ହାତେଇବା ପାଇଁ ।

ତେଣୁ ଦୁଇଟି ଆସନରେ ସମୀକରଣ ଓ ପ୍ରାର୍ଥୀ ଚୟନକୁ ଦେଖିଲେ ଏକଥା ସ୍ପଷ୍ଟ ଭାବରେ କୁହାଯାଇପାରିବ ଯେ ତିର୍ତ୍ତୋଲରେ ବିଜେଡି ପାଇଁ ମୁକାବିଲା ସହଜସାଧ୍ୟ  ହୋଇପାରେ ଓ ବାଲେଶ୍ୱର ରେ ମଧ୍ୟ ବିଜେଡି ର ଅଙ୍କ ଭୁଲନହୋଇପାରେ ।

 

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022
ଜୁନ୍ ରେ ସମବାୟ ନିର୍ବାଚନ

ଜୁନ୍ ରେ ସମବାୟ ନିର୍ବାଚନ

April 5, 2022

Recent News

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022

Quick Links

  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

Address

Bhubaneswar

Odisha

India

© 2020

No Result
View All Result
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

© 2020