୨୦୧୯ ନିର୍ବାଚନ ଫଳାଫଳ ଘୋଷଣା ପରେ ଓଡ଼ିଶାରେ ବିଜେପି ବିଜେଡ଼ି ନିରବ ରହିଥିଲେ।ହେଲେ ମମିତା ମେହେର ହତ୍ୟା ଘଟଣା ପରେ ସବୁ ସମୀକରଣ ବଦଳି ଯାଇଛି।ବିଜେଡ଼ି ବାଧ୍ୟ ହୋଇଛି କେନ୍ଦ୍ର ସରକାର ବିରୋଧରେ ଆନ୍ଦୋଳନ କରିବା ପାଇଁ।ଦୀର୍ଘ ଦିନର ନିରବତା ପରେ କେନ୍ଦ୍ର ବିରୋଧରେ ବିଜେଡ଼ି ତାର ଆଭିମୁଖ୍ୟ ବଦଳାଇଛି,ଗ୍ୟାସ୍ ଏବଂ ପେଟ୍ରୋଲ ଡିଜେଲ୍ ଦର ବୃଦ୍ଧି ପ୍ରତିବାଦରେ ବିଜେଡ଼ି ଜୋରଦାର ଆନ୍ଦୋଳନ କରିଛି।ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇଛି।ଦଳର ଯୁବ, ଛାତ୍ର,ମହିଳା ଉଇଂ ଆନ୍ଦୋଳନ କୁ ଓହ୍ଲାଇଛନ୍ତି।ଜିଲ୍ଲା ଏବଂ ବ୍ଲକ୍ ସ୍ତରରେ ପ୍ରତିବାଦ କରିଛି ଦଳ।ହଠାତ୍ ବିଜେଡ଼ି ର ଏଭଳି ଆଭିମୁଖ୍ୟ କୁ ଦେଖି ରାଜନୀତି ବିଶାରଦ ମାନେ ଭିନ୍ନ ଚର୍ଚ୍ଚା କରୁଛନ୍ତି।ବିଜେପି ଯେହେତୁ ମମିତା ପ୍ରସଙ୍ଗ ରେ ନୋଚଡବନ୍ଧା ରହିଛି ସେଥିପାଇଁ ବିଜେଡ଼ି ତାର ରଣନୀତି ବାଦଳାଇଛି।ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଉଭୟ ଦଳ ଲୋକଙ୍କୁ ନିଜ ସପକ୍ଷ କୁ ନେବା ପାଇଁ ଭିନ୍ନ ଭିନ୍ନ ପ୍ରସଙ୍ଗ ରେ ଆନ୍ଦୋଳନ କରୁଛନ୍ତି।କିନ୍ତୁ ୨୦୧୯ ନିର୍ବାଚନ ପର ଠାରୁ ଦୁଇ ବର୍ଷ ଧରି ସେଭଳି ଆନ୍ଦୋଳନ ଦେଖିବାକୁ ମିଳିନଥିଲା