ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ଫଳାଫଳ ପ୍ରକାଶ ପାଇଛି।ଏବେବି ଗଣତି ଜାରି ରହିଛି।ବିଜେଡ଼ି ୬୫୦ରୁ ଉର୍ଦ୍ଧ ଜିଲ୍ଲାପରିଷଦ ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ମାତ୍ର ୪୦ଟି ଆସନରେ ବିଜୟୀ ହୋଇଛି।କଂଗ୍ରେସ୍ ୩୦ଟି ରେ ଆଗରେ ରହିଛି।ବିଜେଡ଼ି ଗଠନ ହେବା ଠାରୁ ଆଜି ପର୍ଯ୍ୟନ୍ତ ଏଭଳି ସଫଳତା ମିଳିନଥିଲା।୨୦୧୨ର ରେକଡ୍ କୁ ବିଜେଡ଼ି ଭାଙ୍ଗି ଐତିହାସିକ ସଫଳତା ଆଣିଛି।ବିଜେପି ୨୦୧୭ ର ଫଳାଫଳ କୁ ବଜାଇ ରଖିବାରେ ସଫଳ ହୋଇନାହିଁ।କଂଗ୍ରେସ୍ ପୂର୍ବ ଭଳି ଖରାପ ପ୍ରଦର୍ଶନ କରିଛି।ବିଜେପି ର ନେତୃତ୍ୱ ନଥିବା କାରଣରୁ ଏଭଳି ଫଳାଫଳ ହୋଇଥିବା କୁହାଯାଉଛି।ରାଜ୍ୟ ସଭାପତି ସମୀର ମହାନ୍ତି ଙ୍କ ନେତୃତ୍ୱରେ ଦଳ ଖରାପ ପ୍ରଦର୍ଶନ କରିଛି।ହାତଗଣତି ନେତା ପ୍ରଚାରରେ ସାମିଲ ହୋଇଥିଲେ।ଏପଟେ ବିଜେଡ଼ି ର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଉପରେ ଲୋକମାନଙ୍କ ର ଭରସା ଏବଂ ବିଶ୍ୱାସ ଅତୁଟ ରହିଛି।ଯାହାକି ପଞ୍ଚାୟତ ନିର୍ବାଚନ ରେ ଦେଖିବାକୁ ମିଳିଛି।ଆଗକୁ ହେବ ପୌର ନିର୍ବାଚନ।ଜିଲ୍ଲାପରିଷଦ ନିର୍ବାଚନ ର ଫଳାଫଳ ର ପ୍ରଭାବ ଏହି ନିର୍ବାଚନରେ ପଡ଼ିବ। ବିଜେଡ଼ି ଭଲ ପ୍ରଦର୍ଶନ କରିବାର ସମ୍ଭାବନା ଅଧିକ ରହିଛି