ଉପକୂଳ ରୁ ଉପାନ୍ତ ସବୁଠି ଶୀତ।ଆହୁରି ତିନି ଦିନ ଥରିବ ପୁରା ଓଡ଼ିଶା।ଆଗକୁ ପ୍ରବଳ ଥଣ୍ଡା ଅନୁଭୂତ ହେବ।ରାତିର ସ୍ଵାଭାବିକ ତାପମାତ୍ରା ୪ରୁ ୬ଡିଗ୍ରୀ କମ୍ ରହିବ।କିଛି ଜିଲ୍ଲା ରେ ଶୀତ ଲହରୀ ଅନୁଭୂତ ହେବା ବେଳେ ଅନ୍ୟ କିଛି ଜିଲ୍ଲା ରେ ଅତି ଥଣ୍ଡା ଅନୁଭୂତ ହେବ।ବର୍ତ୍ତମାନ ୧୦ଡିଗ୍ରୀ ତଳେ ୨୦ସହରର ତାପମାତ୍ରା ରହିଛି।ଦାରିଙ୍ଗବାଡି ରେ ୩.୫ଡିଗ୍ରୀ କୁ ଖସିଛି ପାରଦ।୭ଟି ଜିଲ୍ଲା କୁ ଆରେଞ୍ଜ ୱର୍ଣିଂ ଦିଆଯାଇଛି।ଗୋଟିଏ ସପ୍ତାହ ପରେ ପାଣିପାଗର ପରିବର୍ତ୍ତନ ଆସିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଶୀତ ସମୟରେ ଘରୁ ନବାହରିବାକୁ ପରାମର୍ଶ ଦେଇଛନ୍ତି ଏସ. ଆର.ସି ।