ଭାରତର ଅର୍ଥନୈତିକ ଇତିହାସ ରେ ଏକ ଖରାପ ଦିନ | ଚଳିତ ଆର୍ଥିକ ବର୍ଷର ଏପ୍ରିଲ – ଜୁନ ତ୍ରୟୋମାସିକ ଜିଡିପି ମାଇନସ ୨୩.୯ ପ୍ରତିଶତ ରହିଛି | ଦେଶରେ ଲକଡାଉନ ର ଚିତ୍ର ଏଥିରେ ପ୍ରତିଫଳିତ ହୋଇଛି | ଗତ ୪୦ ବର୍ଷ ମଧ୍ୟରେ ଏଭଳି ଖରାପ ସମୟ କେବେ ଆସି ନଥିଲା | ଜିଡିପିର ହ୍ରାସ ୧୯୯୬ ର ତ୍ରୟୋମାସିକ ଜିଡିପି ପ୍ରକାଶନ ବ୍ୟବସ୍ଥାର ସବୁଠାରୁ ଖରାପ ସ୍ଥିତିକୁ ବୟାନ କରୁଛି |
ଏସିଆ ଅର୍ଥନୀତିରେ ଏହା ସବୁଠାରୁ ଖରାପ ଜିଡିପି ହିସାବରେ ପରିଣତ ହେବ | ଏପରିକି ଏହି ୩ ମାସରେ ଜିଡିପି ହାର ସର୍ବାଧିକ ମାଇନସ ୨୦ ପ୍ରତିଶତ ଯାଏ ଖସିବାର ଆକଳନ କରାଯାଉଥିଲା | ମାତ୍ର ୨୩.୯ ପ୍ରତିଶତ ଖସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି | ପୂର୍ବ କ୍ୱାର୍ଟର ରେ ଜିଡିପି ଥିଲା ୩.୧ ପ୍ରତିଶତ | ଏପରିକି ଗତ ବର୍ଷର ଏପ୍ରିଲ – ଜୁନ ଜିଡିପି ଥିଲା ୫.୨ ପ୍ରତିଶତ | ବର୍ତମାନର ଅଭିବୃଦ୍ଧି ହାରରେ ହ୍ରାସ ଆସନ୍ତା ୩ ଟି କ୍ୱାର୍ଟର ରେ ମଧ୍ୟ ସୁଧୁରିବାର ସମ୍ଭାବନା କ୍ଷୀଣ ବୋଲି ବହୁ ଅର୍ଥନୀତିଜ୍ଞ ମତ ପ୍ରକାଶ କରିଛନ୍ତି |