ରାଜ୍ୟରେ କରୋନା ସଂକ୍ରମଣ ତଳମୁହାଁ ଥିବାବେଳେ ଫେବୃଆରୀ ମାସର ମାର୍ଗଦର୍ଶିକା ରେ ସାମାନ୍ୟ କୋହଳ କରିଛନ୍ତି ରାଜ୍ୟ ସରକାର।ନୂଆ ମାର୍ଗଦର୍ଶିକା ମୁତାବକ ରାତି ୯ଟା ପରିବର୍ତ୍ତେ ୧୦ ଟାକୁ ବୃଦ୍ଧି କରାଯାଇଛି।ଏହା ସହିତ ଶିକ୍ଷାନୁଷ୍ଠାନ ରେ ସୀମିତ ପିଲାଙ୍କୁ ନେଇ ସରସ୍ଵତୀ ପୂଜା ପାଳନ କରିବାକୁ ଅନୁମତି ମିଳିଛି।ମନ୍ଦିର ଓ ପୀଠରେ ବିନା ଶ୍ରଦ୍ଧାଳୁ ରେ ସରସ୍ଵତୀ ପୂଜା ପାଳନ କୁ ଅନୁମତି ମିଳିଥିବା ବେଳେ ବାହାରେ ସରସ୍ଵତୀ ପୂଜା ଆୟୋଜନ କୁ ବାରଣ କରାଯାଇଛି।ଏପରିକି ପୂଜାରେ କୌଣସି ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ କୁ ବାରଣ କରାଯାଇଛି।ଲୋକମାନେ ନିଜ ଘରେ ପୂଜା କରିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି।ଅନ୍ୟପଟେ ମାଘ ସପ୍ତମୀ ରେ ବୁଡ଼ ପକାଇବାକୁ ବାରଣ କରାଯାଇଛି।ସ୍ଵତନ୍ତ୍ର ରିଲିଫ୍ କମିଶନ ପକ୍ଷରୁ ଏହି ମାର୍ଗଦର୍ଶିକା ଜାରି କରାଯାଇଛି।ଏହି ନିୟମ ଅନୁଯାୟୀ ସହରାଞ୍ଚଳ ରେ ରାତି ୧୦ଟା ରୁ ସକାଳ ୫, ଟା ପର୍ଯ୍ୟନ୍ତ ନିୟମ ଲାଗୁ ହେବ।