ରାଜ୍ୟରେ ହଟିଲା ନାଇଟ କର୍ଫ୍ୟୁ।ସମସ୍ତ ସହରାଞ୍ଚଳ ରୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ନାଇଟ କର୍ଫ୍ୟୁ ହଟାଇ ଦେଇଛନ୍ତି।ସ୍ଵତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଏନେଇ ସୂଚନା ଦେଇଛନ୍ତି।ରାତ୍ରି କର୍ଫ୍ୟୁ ରାତି ୧୦ଟା ରୁ ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିଥିଲା।ଏହି ସମୟରେ ଦୋକାନ ବଜାର ବନ୍ଦ ରହିଥିଲା।ଏବେ ଏହି ନିୟମ ର କୋହଳ କରିଛନ୍ତି ରାଜ୍ୟ ସରକାର।ରାଜ୍ୟରେ ଦୈନିକ ସଂକ୍ରମିତ ଙ୍କ ସଂଖ୍ୟା କମିବା ରେ ଲାଗିଛି।ବର୍ତ୍ତମାନ ୧ହାଜର ତଳକୁ ସଂକ୍ରମଣ ସଂଖ୍ୟା ରହୁଛି।ତେଣୁ ରାଜ୍ୟ ସରକାର ନାଇଟ କର୍ଫ୍ୟୁ କୁ ହଟାଇ ଦେଇଛନ୍ତି।ରାତି ୧୦ ରୁ ସକାଳ ୫ଟା ପର୍ଯ୍ୟନ୍ତ କୌଣସି କଟକଣା ରହିବ ନାହିଁ।ଆଗକୁ କୋଭିଡ ସ୍ଥିତି ଦେଖି ରାଜ୍ୟ ସରକାର ନିଷ୍ପତ୍ତି ନେବେ