ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ଶେଷ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି।ପଞ୍ଚମ ବା ଶେଷ ପର୍ଯ୍ୟାୟ ରେ ୭୦ ପ୍ରତିଶତ ରୁ ଅଧିକ ମତଦାନ ହୋଇଛି।୪୮ଟି ବ୍ଲକ୍ ର ୧୩୧ଜିଲ୍ଲା ପରିଷଦ ଜୋନ ରେ ମତଦାନ ହୋଇଥିଲା।୯୭୫ଟି ପଞ୍ଚାୟତ ରେ ୧୩ହାଜର୫୧୪ଟି ବୁଥ ରେ ଭୋଟ ଗ୍ରହଣ ହୋଇଥିଲା।ହିଂସାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା।ଯେଉଁ ସ୍ଥାନରେ ପୂର୍ବ ପର୍ଯ୍ୟାୟ ରେ ମତଦାନ ବାତିଲ ହୋଇଥିଲା ସେସବୁ ସ୍ଥାନରେ ମତଦାନ ହୋଇଛି।ଏବେ ଷ୍ଟ୍ରଙ୍ଗ ରୁମ ରେ ପ୍ରାର୍ଥୀ ଙ୍କ ଭାଗ୍ୟ ସିଲ୍ ହୋଇଛି। ଫେବୃଆରୀ ୨୬,୨୭ ଏବଂ ୨୮ତିନିଦିନ ଧରି ଭୋଟ ଗଣତି କରାଯିବ।ଭୋଟ ଗଣତି ପାଇଁ ନିର୍ବାଚନ କମିଶନ ଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।ଏକ ସ୍ବତନ୍ତ୍ର ଗାଇଡ ଲାଇନ ଜାରି କରାଯାଇଛି। ସିଶି ଟିଭି ନଜରେ ରହିଛି ଷ୍ଟ୍ରଙ୍ଗ ରୁମ