ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ଟୁଇଟ କରିଛନ୍ତି । ଯେଉଁ ଟୁଇଟରେ ସେ ଲେଖିଛନ୍ତି, ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଝିଅର ଫୋନ କଲ ଖର୍ଚ୍ଚ ବହନ କରିଛି , ରାଷ୍ଟ୍ରୀୟ ଉଦ୍ୟୋଗ ପେଟ୍ରୋନେଟ ତାହାପୁଣି ମାତ୍ର ୬୮ ହଜାର ଟଙ୍କା ।
କିଭଳି ପେଟ୍ରୋନେଟ କେନ୍ଦ୍ର ମନ୍ତ୍ରୀଙ୍କ ବ୍ୟକ୍ତିଗତ ଖର୍ଚ୍ଚ ବହନ କରୁଛି ସେନେଇ ପ୍ରଶାନ୍ତ ଭୂଷଣ ଟୁଇଟ କରିଛନ୍ତି । ଏପରିକି ପେଟ୍ରୋନେଟର ଏମ.ଡି. ଏବଂ ସିଇଓ କିଭଳି ଏଇ ଅର୍ଥକୁ ଅନୁମୋଦନ କଲେ ତାହାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି , ପେଟ୍ରୋନେଟର ଏମ.ଡି. ଏହାକୁ ଅନୁମୋଦନ ଦେଇଥିବା ବେଳେ ଜି.ଏମ (ଫାଇନାନ୍ସ ) ଏଭଳି ଖର୍ଚ୍ଚକୁ ଅନୁମୋଦନ ଦେବା ସପକ୍ଷରେ ନାହାନ୍ତି । ତେବେ ପ୍ରଶାନ୍ତ ଭୂଷଣ ତାଙ୍କ ଟୁଇଟରେ ଲେଖିଛନ୍ତି , ପେଟ୍ରୋନେଟର ଏମ.ଡି. ମନ୍ତ୍ରୀଙ୍କର ପରିବାର ସଦସ୍ୟଙ୍କର ଖର୍ଚ୍ଚକୁ ଭରଣା କରିବାପାଇଁ କିପରି ଅନୁମତି ଦେଲେ ? ଏବଂ ନ୍ୟାୟାଳୟର ନିର୍ଦେଶ ସତ୍ୱେ ଏହି ବାବଦରେ ଚିଫ ଭିଜିଲାନ୍ସ କମିସନ କାହିଁକି ତଦନ୍ତ କରୁନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।