ଆସନ୍ତା ୧୯ ତାରିଖ ରେ ପୁରୀ ଆସୁଛନ୍ତି ରାଷ୍ଟ୍ରପତି।ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ବାୟୁସେନାର ସ୍ଵତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ରେ ପହଞ୍ଚିବା ପରେ ପୁରୀ ଗସ୍ତ ରେ ଯିବେ।ସେଠାରେ ବୈଷ୍ଣବ ଗୌଡିୟ ମଠର ଏକ ସାରସ୍ୱତ କାର୍ଯ୍ୟକ୍ରମ ରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।୨୦ତାରିଖରେ ମହାପ୍ରଭୁ ଙ୍କ ଦର୍ଶନ କରିବା ପରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।ଭୁବନେଶ୍ୱର ରେ ପହଞ୍ଚିବା ପରେ ପୁରୀ ଯାଇ ରାଜଭବନ ରେ ରାତ୍ରି ଯାପନ କରିବେ।ତାର ପରଦିନ ସକାଳୁ ଶ୍ରୀମନ୍ଦିର କୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ।ପୂର୍ବାହ୍ନ ୧୦ଟା୩୫ରେ ଗୌଡ଼ିୟ ମଠ କାର୍ଯ୍ୟକ୍ରମ ରେ ଯୋଗ ଦେବେ।
ରାଷ୍ଟ୍ରପତି ଙ୍କ ଗସ୍ତ କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ।