headlineodisha
Sunday, December 10, 2023
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headlineodisha
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headline odisha
Home ଦେଶ ବିଦେଶ

TRP Scam : ଏବେ ଓଡ଼ିଶା ପାଳି

by Headline Odisha
in ଦେଶ ବିଦେଶ
0
TRP Scam : ଏବେ ଓଡ଼ିଶା ପାଳି
Share
  •  
  •  
  •  
  •  

ଟେଲିଭିଜନ ଦୁନିଆରେ ଏବେ TRP କଂପନ  । ଆଳୁ ଖୋଳୁ ଖୋଳୁ ମହାଦେବଙ୍କ ପରି TRP ନେଇ ଅସଲ ତଥ୍ୟ ଏବେ ସାମ୍ନାକୁ ଆସିଛି  । ମୁମ୍ବାଇ ପୋଲିସ ଏହି ମାମଲାରେ କିଛି ଜାତୀୟ ସ୍ତରର ଟିଭି ଚ୍ୟାନେଲ ଓ ଆଞ୍ଚଳିକ ଟିଭି ଚ୍ୟାନେଲର କର୍ମଚାରୀଙ୍କୁ ଗିରଫ କରି ସାରିଲାଣି । ଏପରିକି ଟିଆରପି ସ୍କାମ ରେ ଜଡିତ ଏକ ସଂସ୍ଥାର ପୂର୍ବତନ କର୍ମଚାରୀ ଓ ୨ଟି ଆଞ୍ଚଳିକ ଚ୍ୟାନେଲର ମାଲିକଙ୍କୁ ମଧ୍ୟ ଗିରଫ କରିବା ଘଟଣା ଏବେ ସାରା ଦେଶରେ ହଇଚଇ ସୃଷ୍ଟି କରିଛି । ମୁମ୍ବାଇ ପୋଲିସ କମିଶନରଙ୍କ ସୂଚନା ଅନୁଯାୟୀ ଏହି ସ୍କାମ ରେ ଜଡିତ ଚ୍ୟାନେଲର ବରିଷ୍ଠ କର୍ମଚାରୀ ଏପରିକି ମାଲିକଙ୍କୁ ମଧ୍ୟ ପୋଲିସ ଗିରଫ କରିପାରେ ।

ବହୁଦିନ ଧରି ଏପରି ବେଧଡକ TRP ଚୋରି ଚାଲିଥିବା ବେଳେ ଏବେ ସତ ପଦାକୁ ଆଚିଛି, ଯାହାକୁ ନେଇ ଜାତୀୟ ସ୍ତରର News ଚ୍ୟାନେଲ ଗୁଡିକ ପରସ୍ପର କାଦୁଅ ଫିଙ୍ଗା ଫିଙ୍ଗି ଆରମ୍ଭ କରିଦେଲେଣି । TRP ଚୋରି ଯେ, କେବଳ ମୁମ୍ବାଇ, ଦିଲ୍ଲୀରେ ଚାଲିଛି ତା ନୁହେଁ, ବରଂ

ଓଡ଼ିଶାରେ ମଧ୍ୟ ମାତ୍ରାଧିକ TRP ହେରଫେର ନେଇ ଆଗରୁ ଅଭିଯୋଗ ହୋଇ ଆସୁଛି । କିଛି ଦିନ ପୂର୍ବରୁ ଓଡ଼ିଶାର ୨ଟି ପ୍ରମୁଖ ନ୍ୟୁଜ ଚ୍ୟାନେଲ BARC ନିକଟରେ ଏ ନେଇ ଅଭିଯୋଗ ମଧ୍ୟ କରିଥିଲେ । ପରିଣାମ ସ୍ୱରୂପ BARCର ଧରପଗଡ ପରେ ଅଭିଯୋଗ ଆସିଥିବା ଗୋଟିଏ ନ୍ୟୁଜ ଚ୍ୟାନେଲର ଏବେ ୨ ନମ୍ବରରୁ ଖସି ତଳଆଡ଼ୁ ଦ୍ଵିତୀୟ ସ୍ଥାନରେ ପହଂଚି ଯାଇଛି । ମୁମ୍ବାଇ ଘଟଣା ପରେ ଏବେ ଓଡ଼ିଶାର ପାଳି ପଡିବା ନେଇ  ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ଓଡ଼ିଶାରେ ପାଖାପାଖି ୨୦୦ ଟି ମିଟର ଲାଗିଥିବା ବେଳେ କିଛି ପ୍ରମୁଖ ନ୍ୟୁଜ ଚ୍ୟାନେଲ ଏହି ମିଟର ଟାମ୍ପରିଙ୍ଗ କରିବାର ଅଭିଯୋଗ ସାମ୍ନାକୁ ଆସଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ BARC ଏନେଇ ଖୋଳତାଡ଼ ଆରମ୍ଭ କରିଛି ।  ଖୁବ ଶୀଘ୍ର BARC ତରଫରୁ ଗୋଟିଏ ନ୍ୟୁଜ ଚ୍ୟାନେଲର CMD ଓ ଅନ୍ୟ ଏକ ନ୍ୟୁଜ ଚାନେଲର Business Head ଙ୍କୁ ଏନେଇ ପଚରା ଉଚରା କରାଯିବ । BARC ର ଛାନଭିନ ପରେ TRP ଚୋରିରେ ସମ୍ପୃକ୍ତ ଥିବା ଏହି ୨ଟି ନ୍ୟୁଜ ଚ୍ୟାନେଲର ମୁଖ୍ୟଙ୍କ ବିରୋଧରେ ପୋଲିସ ନିକଟରେ FIR ମଧ୍ୟ ଦାୟର ହୋଇ ପାରେ ।

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022
ଜୁନ୍ ରେ ସମବାୟ ନିର୍ବାଚନ

ଜୁନ୍ ରେ ସମବାୟ ନିର୍ବାଚନ

April 5, 2022

Recent News

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022

Quick Links

  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

Address

Bhubaneswar

Odisha

India

© 2020

No Result
View All Result
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

© 2020