ଏଠାରେ ନଜର ପକାନ୍ତୁ ଏହି ଭିଡ଼ିଓ ବାର୍ତ୍ତା ଉପରେ । କେନ୍ଦୁଝରରୁ ଲୋକସଭା ନିର୍ବାଚିତ ହୋଇଥିବା ସର୍ବ କନିଷ୍ଠ ସାଂସଦ ଚନ୍ଦ୍ରାଣି ମୁର୍ମୁଙ୍କ ନ୍ୟାୟଭିକ୍ଷା ,ତାହା ପୁଣି ଜଣେ ପୂର୍ବତନ ସାଂସଦ ଓ ତାଙ୍କ ପରିବାରର ମାଲିକାନାରେ ଥିବା OTV ଠାରୁ । ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଓ ତାଙ୍କ ପତ୍ନୀ ଜାଗୀମଙ୍ଗତ ପଣ୍ଡା ଓ ତାଙ୍କ ଦ୍ୱାରା ପରିଚାଳିତ OTV ଠାରୁ ଜଣେ ମହିଳା ସାଂସଦ ଯଦି ନ୍ୟାୟ ଭିକ୍ଷା କରୁଛନ୍ତି ତେବେ କଣ ବୁଝାଯିବ ? ଆମର ଗଣତନ୍ତ୍ର ଓ ଗଣମାଧ୍ୟମରେ ନୈତିକତା ଓ ମୂଲ୍ୟବୋଧ ଆଉ ଅଛି ତ ? OTV ର ଜଣେ ତଥାକଥିତ ସାମ୍ବାଦିକ ଯଦି ଏକ ଅରୁଚିକର ଭିଡିଓ ପ୍ରସାରରେ ମୁଖ୍ୟ ଭୂମିକା ଗ୍ରହଣ କରି ଥାଆନ୍ତି ତାହା ପୁଣି ଜଣେ ଆଦିବାସୀ ମହିଳା ସାଂସଦଙ୍କର , ସେ କ୍ଷେତ୍ରରେ ପୂର୍ବତନ ସାଂସଦ ବୈଜୟନ୍ତ ଓ OTV ର ପରିଚାଳନା ନିର୍ଦ୍ଦେଶିକା ଜାଗୀମଙ୍ଗତଙ୍କ ଭୂମିକା କଣ ହେବ ଉଚିତ? ଏଭଳି କ୍ଷେତ୍ରରେ ଯଦି ଅଭିଯୁକ୍ତ ସାମ୍ବାଦିଙ୍କଙ୍କ ସୁରକ୍ଷା ପାଇଁ ଉଭୟ ଅଣ୍ଟା ଭିଡନ୍ତି ତେବେ ଆମ ଗଣତାନ୍ତ୍ରିକ ବ୍ୟବସ୍ଥା ଓ ଗଣମାଧ୍ୟମ କୁ ଲୋକ କେଉଁ ଭଳି ଦେଖିବେ ?
ସବୁଠାରୁ ବଡ କଥା ହେଲା ସାଂସଦ ଚନ୍ଦ୍ରାଣି ମୁର୍ମୁଙ୍କ ର ଯେଉଁ ପ୍ରଶ୍ନ ରହିଛି ଯଦି ତାଙ୍କ ସ୍ଥାନରେ ପୂର୍ବତନ ସାଂସଦ ଓ ତାଙ୍କ ପରିବାରର କେହି ସଦସ୍ୟା ହୋଇଥାନ୍ତେ ତେବେ ବୈଜୟନ୍ତ, ଜାଗୀମଙ୍ଗତ ଏବଂ OTV କଣ କରିଥାନ୍ତେ ?
ଯେଉଁ ଗଣମାଧ୍ୟମ ଏହି ଖରାପ ଭିଡ଼ିଓ ଭାଇରାଲ କରିଥିବା ସାମ୍ବାଦିକଙ୍କୁ ସୁରକ୍ଷା ଦେବାକୁ ଅଣ୍ଟା ଭିଡିଛନ୍ତି , ଯଦି ସେମାନଙ୍କ ଝିଅର ଭିଡିଓ ଭାଇରାଲ ହୋଇଥାନ୍ତା ତେବେ ସେମାନେ କଣ ଅଭିଯୁକ୍ତଙ୍କୁ କ୍ଷମା କରିଦେଇଥାନ୍ତେ ?
ସର୍ବୋପରି OTV ର ପରିଚାଳନା ନିର୍ଦ୍ଦେଶିକା ଜଣେ ମହିଳା ହୋଇ ମଧ୍ୟ ତାଙ୍କର ବିବେକ କୁଆଡେ ଗଲା ?
ଏସବୁ ଶୁଣିବାପରେ ଏବଂ OTV ର ଉଦ୍ଦେଶ୍ୟ ବୁଝିବା ପରେ ଏବେ କେବଳ ଅପେକ୍ଷା କରା ଯାଇଛି ଜାଗୀମଙ୍ଗତ ପଣ୍ଡାଙ୍କ ଉତ୍ତରକୁ । ସାଂସଦ ଚନ୍ଦ୍ରାଣି ମୁର୍ମୁ ପଚାରିଥିବା ପ୍ରଶ୍ନର ଉତ୍ତର ଜାଗୀମଙ୍ଗତ ପଣ୍ଡା ଦେଵେତ ? ଆଦିବାସୀ ମହିଳା ସାଂସଦଙ୍କୁ ନ୍ୟାୟ ମିଳିଵତ ?