ସଂସଦ ରେ ପାରିତ ହେଲା କୃଷି ଆଇନ୍ ଉଛେଦ ବିଲ୍।ବିରୋଧି ଦଳର ସଦସ୍ୟ ମାନଙ୍କ ହଟ୍ଟଗୋଳ ସତ୍ବେ ଏହି ବିଲ ପାରିତ ହୋଇଛି।ବାଚସ୍ପତି ବାଚନିକ ଭୋଟ ରେ ଏହି ବିଲ ପାରିତ ହୋଇଥିବା ସୂଚନା ଦେଇଛନ୍ତି।ଉଭୟ ଲୋକସଭା ଏବଂ ରାଜ୍ୟ ସଭା ରେ ଏହି ବିଲ ପାରିତ ହୋଇଛି।ବିରୋଧି ଙ୍କ ଦାବି ଏହି ବିଲ ଉପରେ ଆଲୋଚନା କରାନଯାଇ ପାରିତ କରାଗଲା।ସେଥିପାଇଁ ବିରୋଧୀ ସାଂସଦ ମାନେ ସଂସଦ ବାହାରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ।ବାଚସ୍ପତି ବାରମ୍ବାର ଗୃହକୁ ମୁଲତବୀ ଘୋଷଣା କରିଥିଲେ।କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଗୃହରେ ବିଲକୁ ଉପସ୍ଥାପିତ କରିଥିଲେ।ବିରୋଧୀଙ୍କ ଦାବି ଏମ୍ .ଏସ. ପି ଆଇନ୍ ଅଣନ୍ତୁ ସରକାର।କୃଷକ ନେତା ରାକେଶ ଟିକାୟତ୍ କହିଛନ୍ତି ଯେଉଁମାନେ ଆନ୍ଦୋଳନ ସମୟରେ ପ୍ରାଣ ହରାଇଛନ୍ତି ସେମାନଙ୍କ ପାଇଁ ଏହା ଶ୍ରଦ୍ଧାଞ୍ଜଳି।ସର୍ବନିମ୍ନ ଦର ନୀତି କେନ୍ଦ୍ର ସରକାର ଆଣିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି।କୃଷକ ମାନଙ୍କ ଆନ୍ଦୋଳନ ପାଖରେ କେନ୍ଦ୍ର ସରକାର ହାର ମାନିଛନ୍ତି